STORYMIRROR

ସୁମନ୍ତ ବେହେରା

Romance

4  

ସୁମନ୍ତ ବେହେରା

Romance

ପ୍ରେମ ଉପହାର

ପ୍ରେମ ଉପହାର

1 min
245

ତୁମପାଇଁ ସଖି ଜହ୍ନ ରାଇଜକୁ 

  ଯାଇଥିଲି ଦିନେ ମୁହିଁ 

ଜହ୍ନକୁ ଆଣି ମୁଁ ତୁମକୁ ପ୍ରିୟା ଗୋ 

  ଉପହାର ଦେବା ପାଇଁ ।।


ତୁମ ନାମ ଶୁଣି ଚନ୍ଦ୍ରମା ହସିଲେ 

  ଦେଲେ ନି ମୋତେ ହେ ଧରା 

କହିଲେ ସେ ମୋତେ ତୋ ପ୍ରିୟାର ମୁଖଟି 

  ମୋ ଠାରୁ ସୁନ୍ଦର ପରା।। 


ସେଠାରୁ ଆସିଲି ତାରା ଗଣ ପାଶେ ,

   ଅଟକି ଯେବେ ମୁଁ ଗଲି 

କିଛି ନ କହୁଣୁ ଆଗୁଆ କହିଲେ 

  ଆମେ ନୁହଁ ଯୋଗ୍ୟ ବୋଲି ।।


ଉପବନେ ଗଲି କୁସୁମ ପାଖକୁ 

   ଫୁଲ ଟିଏ ପାଇଁ ମୁହିଁ ।

ଗଛ ଡାଳେ ଥାଇ କୁସୁମ ହସିଲା 

  ମୋ ପାଖେ ଆସିଲା ନାହିଁ ।। 


କହୁଥିଲା ସିଏ ତୁମରି ମହକ 

   ତା' ଠାରୁ ଅଧିକ ବୋଲି 

ମହୁ ଠାରୁ ବେଶି ମଧୁର ଲାଗିବ 

   ହସିଦେଲେ ତୁମେ ଖାଲି ।।


ଶେଷରେ ଆସିଲି ଶୂନ୍ୟ ହସ୍ତରେ 

   ହୃଦୟେ ପ୍ରେମକୁ ନେଇ 

ସେ ପ୍ରେମ ଟିକକ ତୁମକୁ ପ୍ରିୟା ଗୋ 

  ଉପହାର ଦେବା ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance