STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ପ୍ରେମ.... ତ୍ୟାଗର ସ୍ଵନ....

ପ୍ରେମ.... ତ୍ୟାଗର ସ୍ଵନ....

1 min
228

ପ୍ରାପ୍ତିରେ ନୁହେଁ ସେ ପ୍ରଦାନେ ଧନ୍ୟ

ତ୍ୟାଗ ସମର୍ପଣେ ଅଟେ ମହାନ

କୋଟି ସାଧନାର ପୁଣ୍ୟ

ପବିତ୍ର କରାଏ ଏହି ଜୀବନ


ତ୍ରିଭୁବନେ ତାର ହୁଏ ପୂଜନ

ପ୍ରୀତିରେ ସଞ୍ଚାରି ପୂତ ପବନ

ଚିର ଅପେକ୍ଷା ଲଗନ

ମର୍ତ୍ତେ ମନ୍ଦାକିନୀ ମୃଦୁ ମିଳନ


ସ୍ୱାର୍ଥ ରହିତ ସେ ଶାଶ୍ୱତ ସ୍ଵନ

ଯାହା ମଧ୍ୟେ ବିଜୟ ଭଗବାନ

ସେ ଯେ ଈଶ୍ୱରଙ୍କ ଦାନ

ସେହି ଏକା ଅଟଇ ଚିରନ୍ତନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract