ପ୍ରେମ ତୋର ଭସା ବାଦଲ
ପ୍ରେମ ତୋର ଭସା ବାଦଲ
ଭସା ବାଦଲ ବରଷିଲା ପରି
ବରଷି ଦେଉଛୁ ଟିକେ ଗୋରୀ,
କେତେବେଳେ ପ୍ରେମ କାହାକୁ କରି
କେବେ ଯାଉଛୁ ତୁହି ପାସୋରି l
ତୋର ପ୍ରେମ ଅଟେ ଅସୁମାରୀ
ମୋ' ଆଡ଼େ ବରଷି ଯାଆ ' ଗୋରୀ l
କେତେ ପୁଅଙ୍କୁ ଭଲ ତୁ' ପାଇ
ପ୍ରେମ ଜାଲରେ ନଚାଉ ତୁହି,
କେତେ ଜଣକୁ ଧୋକା ତୁ' ଦେଇ
ନାଆଁକୁ ଖାଲି ହେଉ ଦେଖେଇ l
ଏ ରଙ୍ଗ ତୋର ରହିବ ନାହିଁ
ପାଣି ପଡିଲେ ଯିବ ବାହାରି ,
ତୋର ,
ତୋ' ପ୍ରେମରେ ପଡ଼ିଥିଲି ମୁହିଁ
ସତେ ଯେପରି ଅନ୍ଧ ହୋଇ,
ମନକୁ ଯେବେ ମୁଁ' ଅଛି ଦେଇ
ଛାଡିବିନି ତୋତେ କେବେ ମୁହିଁ ।
ଯେତେ ଯାହା ହେଲେ ହେଉ ପଛେ
ବାହା ହେବି ନିଶ୍ଚେ ହାତ ଧରି,
ତୋର!

