STORYMIRROR

kahnu charan sahu

Romance

2  

kahnu charan sahu

Romance

ପ୍ରେମ ତ ଶାଶ୍ୱତ

ପ୍ରେମ ତ ଶାଶ୍ୱତ

1 min
225

ପ୍ରେମ ତ ଶାଶ୍ୱତ

ଚିରନ୍ତନ ଦୁଇଟି ସ୍ୱଚ୍ଛ

ହୃଦୟରେ ହେଉଥିବା ସ୍ପନ୍ଦନ


ଜଣେ କେହି

ଅଭିମାନ କରି ଚାଲିଗଲେ

ଆଉ ଜଣେ ତାକୁ ମନେଇବାରେ

ନିଜକୁ ହଜେଇଦିଏ


ସମୟର ଅଭାବ

ଦୁନିଆରେ ତଥାପି ଦୁହେଁ

ଦୁହିଁଙ୍କୁ ଭଲପାଇବାକୁ

ସମୟ ଯୋଗାଡ଼ କରନ୍ତି

ଭଲ ମନ୍ଦ ବୁଝନ୍ତି

ସୁଖ ଦୁଃଖ ହୁଅନ୍ତି

ପାଖରେ ନ ଥାଇ ବି ଦୁହେଁ

ପାଖରେ ଥିବାର ଅନୁଭବ ସୃଷ୍ଟି କରନ୍ତି


କେବେ କେହି ରାଗିଗଲେ

ଆଉ ଜଣେ କ୍ଷମା ମାଗିନିଏ

ଭୁଲ ଥାଉ କି ନ ଥାଉ

କେବଳ ଖୁସିରେ ପାଇଥିବା

ଅଭାବୀ ସମୟକୁ ନିଜ ହୃଦୟରେ

ପ୍ରତିଫଳିତ ଭାବନାକୁ ଅଦଳବଦଳ କରିବ ବୋଲି


ଏ ତ ପ୍ରେମ

ଯାହା କେବେ ଭାଙ୍ଗିବାର

ସମ୍ଭାବନା ନାହିଁ

କେବଳ ଭରି ରହିଛି ସ୍ନେହ ପ୍ରେମ

ଆଉ ଅନେକ ସାରା ଭଲ ପାଇବା

ଦୁଇଟି ହୃଦୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance