STORYMIRROR

Prasanta Kumar Behera

Abstract

3  

Prasanta Kumar Behera

Abstract

ପ୍ରେମ ସୁଧା .........

ପ୍ରେମ ସୁଧା .........

1 min
216

କହିବିନି କିଛି 

ପାଇନାହିଁ ବୋଲି

ପାଇଛି ତୋ ପ୍ରେମ ସୁଧା

କହିବିନି କିଛି 

ହାରିନାହିଁ ବୋଲି

ହାରିଛି ରାତ୍ରିର ନିଦ୍ରା


କାଚକେନ୍ଦୁ ପାଣି

ପ୍ରେମ ସରୋବରେ

ଖେଳଇ ରୁପେଲି ଢେଉ

ପିଇଲି ସେ ପାଣି

ମେଣ୍ଟିଲାନି ଶୋଷ

ତଥାପି ତୃଷାର୍ତ୍ତ ମୁଁ


ଗଂଧ ଆକୁଳ 

ଭ୍ରମର ଗୋ ମୁହିଁ

ତୁହି ମୋର ପଦ୍ମଗଂଧା

କହିବିନି କିଛି 

ପାଇନାହିଁ ବୋଲି

ପାଇଛି ତୋ ପ୍ରେମ ସୁଧା


ପଦ୍ମ ଫୁଟି ଅଛି

ଅତଳ ପାଣିରେ

ସହସ୍ର ନୀଳ ପାଖୁଡାର ସ୍ୱପ୍ନ

ସ୍ୱପ୍ନ ବିଭୋର

ମତୁଆଲା ମୁଁ ଗୋ

ଅକାଶୁ ତୋଳୁଛି ଜହ୍ନ


ଲକ୍ଷ ପ୍ରଦୀପ 

ରାତି ସାରା ଜାଳି

ମହଲ ରଚଇ

ନାହିଁ ମୋ ନିଦ୍ରା

କହିବିନି କିଛି 

ପାଇନାହିଁ ବୋଲି

ପାଇଛି ତୋ ପ୍ରେମ ସୁଧା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract