STORYMIRROR

Satyabati Swain

Romance

3  

Satyabati Swain

Romance

ପ୍ରେମ ସୁଅ

ପ୍ରେମ ସୁଅ

1 min
246

ତୁମ ସଂଗେ ଦେଖା ହେଲା ପରେ

ବଢି ଯାଇଛି ମୋ ନୀରବତା

ଆଜିକାଲି ବେଶୀ

ଏକା ଏକା ବସି

ଭାବୁଛି ତୁମରି କଥା।


ମୁଦା ଆଖିରେ ତୁମ ଛବି

ଖୋଲା ଆଖିରେ ବି ତୁମେ

ନିଦ ଭୋକ ଖୁସି ଛଡାଇ

ବ୍ୟଥା ବଢ଼ାଉଛ ତୁମେ

ନାହିଁ ମୋ ଆୟତ୍ତେ ମନ

ତୁମ ପାଇଁ ଖାଲି

ନିରବେ ଗୁମୁରି

ଉଛନ୍ନ ହୁଅଇ ପ୍ରାଣ।


ବହି ଖାତା ଛାତ କାନ୍ଥରେ

ଯୁଆଡେ ଦେଖେ ତୁମ ମୁହଁ

ତୁମ ବିନା ଭାରି ବଞ୍ଚିବା କଷ୍ଟ

ମୁଁ ଆଉ ମୋହର ନୁହଁ

କୁହ ଆ ଗୋ ବନ୍ଧୁ କୁହ

ଏ କି ରୋଗ ମୋତେ

ନିରବେ ଝରାଏ ଲୁହ

ଲାଗୁଛି

ବୁଡାଇ ମାରିବ ଏ ପ୍ରେମ ସୁଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance