STORYMIRROR

Satyabati Swain

Tragedy

4  

Satyabati Swain

Tragedy

ପ୍ରେମ ସମୁଦ୍ର

ପ୍ରେମ ସମୁଦ୍ର

1 min
511


ଏ ବର୍ଷ ଭାଲେଣ୍ଟାଇନ୍ ଡେ ଆସିଲା

 କିନ୍ତୁ ବାପା ନଥିଲେ।


ବାପାଙ୍କ ଫୋଟୋରେ 

ପ୍ରତିଦିନ ଫୁଲ ଚନ୍ଦନ ଦିଏ

ଆଶ୍ଚର୍ଯ୍ୟ ଆଜି

ମୋ ଆଗରୁ କିଏ ଦେଲା

ଧଳା ଗୋଲାପ !

ପୁଣି ଏତେ ସକାଳୁ !!


 ଦେଖିଲି 

 ବୋଉ ଗାଧୁଆ ଶାଢ଼ୀ 

 ଛାତ ଉପରେ ଶୁଖୁଛି।


ଆଉ ବୋଉ....! 

ଛାତର ଗୋଟିଏ କଡ଼କୁ ବସି 

ଲୁହ ନିଗାଡୁଛନ୍ତି!!


ବୋଉଙ୍କ ପିଠିରେ 

ମୋ ଆଖିରୁ ଖସି ପଡିଲା 

ଲୁହ କେଇ ଟୋପା

ସେ ମୋତେ ଜାବୁଡି ଧରି 

ଲୁହ କୋହ ହୋଇ କହୁଥିଲେ 

କେତେ କଣ କହି ଯାଉଥିଲି" ଲକ୍ଷ୍ମୀ "

ତୋ ବାପାଙ୍କୁ

ଦେଖ୍ ମା

କୋଡିଏ ଦିନ ହେବ

ମୁଁ ତାଙ୍କୁ କିଛି କହୁନି

ତଥାପି ସେ ନୀରବରେ

ମୋତେ କେତେ କଣ କହୁଛନ୍ତି !!


ମୁଁ ମାପୁଥିଲି 

ବାପା ବୋଉଙ୍କ ଅଗଭୀର "ପ୍ରେମ ସମୁଦ୍ର"କୁ;

ଯେଉଁଠି ଥଳ,କୂଳ କିଛି ହିଁ ନ ଥିଲା

ବାପାଙ୍କ ଅବର୍ତ୍ତମାନ

ବୋଉଙ୍କ ଝୁରା ପଣ କୋହରେ 

ମୋ ଭିତରେ ସୃଷ୍ଟି କଲା

ଗଭୀର କ୍ଷତ 

ଶାଶୁ ବୋହୁ ଦୁହେଁ 

ପରସ୍ପରର ଲୁହ ପୋଛୁଥିଲୁ ଜାଵ ପଡ଼ି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy