STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରେମ ରଙ୍ଗ ଦେହେ ଲାଗିଲା ପରେ

ପ୍ରେମ ରଙ୍ଗ ଦେହେ ଲାଗିଲା ପରେ

1 min
155

ପ୍ରେମ ରଙ୍ଗ ଦେହ

ଲାଗିଲା ପରେ

ବାସ୍ତବତା ଲାଗେ ସପନ ପରି

ପୃଥିବୀଟା ଲାଗେ ସରଗପରି

ମନରେ ଭରିଛି ଅନେକ ଆଶା

ହୃଦୟେ ଭରିଛି କେତେ ଭରସା

ଇନ୍ଦ୍ରଧନୁ ସାତରଙ୍ଗେ ଆସିଲା

ବେରଙ୍ଗୀ ଜୀବନେ ରଙ୍ଗ ଭରିଲା

ଗୀତ ଗାଏ ମନ କୋଇଲି ଆଜି

ଝୁମି ନାଚିଯାଏ ପରୀଟେ ସାଜି

ଶୁଖା ମନ ଆଜି ଓଦା ହୋଇଲା

ପ୍ରେମ ରଙ୍ଗ ଛିଟାରେ ଯେବେ ଭିଜିଲା

ନଈ କୁଳୁକୁଳୁ ତାନରେ ତାର

କେତେ ସୁଖ ଆଣେ ଜୀବନେ ମୋର

ମନ ପକ୍ଷୀ ଉଡ଼େ ନୀଳ ଆକାଶେ

ପ୍ରେମ ରସେ ଭିଜି ମନ ହରଷେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract