STORYMIRROR

Monalisha Panda

Romance

3  

Monalisha Panda

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
216

ଏମିତି ଏକ ଶବ୍ଦ ଟିଏ 

ଶବ୍ଦ ନୁହେଁ ସିଏ ବନ୍ଧନ ଟିଏ

ସେ ବନ୍ଧନ ରେ ଯିଏ ବାନ୍ଧି ହୋଇଛି

ପ୍ରେମ ର ମାନେ ସେ ବୁଝି ପାରିଛି ।।


ପ୍ରେମ ଏକ ନିବିଡ଼ ସମ୍ପର୍କ

ସିଏ ଅଟେ ପୁଣି ଅସରନ୍ତି ସ୍ବପ୍ନ

ସେ ସ୍ବପ୍ନ ର ନାହିଁ କେବେ ଅନ୍ତ

ସେ ଆଶା ର ଅଟେ ଦିଗନ୍ତ ।।


ଜୀବନ ଯଦି ହୁଏ କଣ୍ଟକିତ ପଥ

ଫୁଲ ର ଶଯ୍ୟା ବନେ ଏଠି ପ୍ରେମ

ସେ ପ୍ରେମ ର ଦେଇ ହେବନି ପାଉଣା

କରିଲେ ବି ଯେତେ କଠିନ ଶ୍ରମ ।।


ପ୍ରେମିକା ହୁଏ ଯଦି ଗୋଲାପ ଫୁଲ

କଣ୍ଟା ବନି ଯାଏ ପ୍ରେମିକ

ସବୁ କଷ୍ଟ ସହ୍ୟ କରି

ବଞ୍ଚାଏ ଫୁଲ କୁ ସାଜି ଶ୍ରମିକ ।।


ପ୍ରେମ ପାଇଁ ଏକ ସଂଜ୍ଞା ନିରୂପଣ

ନୁହେଁ ଯେ ସହଜ ବର୍ଣ୍ଣନା

ଶବ୍ଦ କୋଷେ ପଡିବ ଶବ୍ଦର ଊଣା 

କିନ୍ତୁ ପ୍ରେମ ର ଗାଥା ସରେନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance