ପ୍ରେମ ର ଖେଳ
ପ୍ରେମ ର ଖେଳ
ପ୍ରେମ ତୁମେ ଚମତ୍କାରୀ
ବୟସକୁ ନେଇ ଖେଳ
ଏମିତି ଖେଳାଇ ଦିଅ ଯେ
କିଏ ଜାଣେ କିଏ ହାର
ଆଖି ଦୂରୁଶିଆ ସୁରରେ
ଅଜ୍ଞାନ ଯୁବକ ଭାସେ
ପ୍ରଗଲ୍ ଭ ସ୍ରୋତରେ
କୁଳ କିନାରା ନ ପାଇ
ଉବୁଟୁବୁ ହେଲା ବେଳେ
କେହି ଯେବେ ଉଦ୍ଧାରିଲେ
ସରଗର ପ୍ରେମ ଅଜାଡି ହୁଏ
ପ୍ରୌଢ ମନ ସ୍ଥିର କରେ
ସାଂସାରିକ ବୋଝରେ
ପ୍ରେମ ଭରା ସଂପର୍କ ରେ
ନିଜକୁ ବୁଝିବାରେ ଲାଗେ
ବୃଦ୍ଧାବସ୍ଥା ହଜିଯାଏ
ପ୍ରେମାପ୍ଲୁତ ସାଗରରେ
ଖୋଜି ବୁଲେ
ପ୍ରେମଧାରା ଅଲକ୍ଷ ସ୍ଥିତି ରେ
