STORYMIRROR

Gouri Panda

Romance

3  

Gouri Panda

Romance

ପ୍ରେମ ର ଦୀପ ଜଳାଅ

ପ୍ରେମ ର ଦୀପ ଜଳାଅ

1 min
197

ପ୍ରେମ ର ଦୀପ ଜଳାଇ ଚାଲ

ପ୍ରେମ ରେ ଜୀବନ ଚାଲେ ଭଲ

ପ୍ରେମ ରେ ଭରା ଦୁନିଆ ସାରା

ପ୍ରେମ ସହଜେ ନ ଦିଏ ଧରା

ପ୍ରେମ ର ବାଟ ନୁହେଁ ସହଜ

ହେଲେ ବି ପ୍ରେମ କୁ ଆଗ ଖୋଜ

କଣ୍ଟକ ଭରିଛି ପ୍ରେମ ପଥେ

ସହଜ ଲାଗେ ଚାଲିଲେ ସାଥେ

ପ୍ରେମ ର ମହୁ ପିଇଛି ଯିଏ

ତାକୁ ଅଟକାଏ ଏଠି କିଏ

ପ୍ରେମ କୁ ବୁଝିଛି ଯିଏ ଥରେ

ପ୍ରେମ ବାରିଧିରେ ସ୍ନାନ କରେ

ପ୍ରେମେ ଭରିଛି ଦୁନିଆ ସାରା

ବିଶ୍ବାସରେ ବହେ ପ୍ରେମ ଧାରା

ପ୍ରେମ ଧାରାରେ ଅମୃତ ବହେ

ପାନ କଲା ପ୍ରାଣୀ ସୁଖେ ରହେ

ପ୍ରତି ପ୍ରାଣୀ ପାଉ ପ୍ରେମ ସୁଖ

ନ ରହୁ କିଛି ଜୀବନେ ଦୁଃଖ

ପ୍ରେମମୟ ହେଉ ଏ ସଂସାର

ପ୍ରେମମୟ ପ୍ରଭୁ ନିରାକାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance