STORYMIRROR

Sasmita Choudhury

Romance

2  

Sasmita Choudhury

Romance

ପ୍ରେମ ପୂଜାରିଣୀ

ପ୍ରେମ ପୂଜାରିଣୀ

1 min
3.0K

ମାଗିନାହିଁ କେବେ 

ତୁମକୁ ପ୍ରିୟ ମୁଁ 

ଜହ୍ନର ଜୋଛନା ରାଶି, 

ଅଳି କରିନି ମୁଁ 

ଭରି ଦେବା ପାଇଁ 

ପଣତରେ ମୋର ଖୁସି


ମନ ମନ୍ଦିରେ ମୁଁ 

ପୂଜିଛି ତୁମକୁ 

ପ୍ରେମ ପୂଜାରିଣୀ ସାଜି, 

ନିଭୃତେ ତୁମ

ସ୍ବପ୍ନ ସହରେ

ଅଜାଣତେ ଗଲି ହଜି


କି ଉପମା ଦେବି 

ପ୍ରିୟ ମୁଁ ତୁମର

ଅମୃତ ତୁମ ପ୍ରେମ, 

ମୋ' ହୃଦୟ ପ୍ରତି

ସ୍ପନ୍ଦନେ ତେଣୁ 

ଲେଖିଦେଲି ତୁମ ନାମ


ତୁମେ ବି ତୁମର

ପାବନ ପ୍ରେମରେ 

ଭିଜାଇ ଦେଇଛ ମୋତେ,

ପ୍ରୀତି ଜଡସଡ 

ତନୁ ମନ ମୋର

ତୁମରି ସାନ୍ନିଧ୍ୟ ଚିନ୍ତେ


ଉଜାଗର ରାତି 

ତୁମ ପାଇଁ ମୋର 

ତୁମେ ତ ଉଜାଣି ସୁଅ,

ନାୟକ ତୁମେ ମୋ'

ଗୀତି କବିତାର

ଜୀଇଁବାର ମିଠା ମୋହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance