STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମ ପୁଲକ -ଟେଡି ଡେ

ପ୍ରେମ ପୁଲକ -ଟେଡି ଡେ

1 min
171


ଟେଡି ଦିବସରେ ଯାହା କୁହ ଭଲା

   ପ୍ରେମର ସମ୍ପର୍କ ପକ୍କା

ମନ୍ଦିର, ମସ୍ଜିଦ୍, ଗିର୍ଜା, ଗୁରୁଦ୍ୱାରେ

   ପ୍ରେମିଙ୍କ ହୁଅଇ ଦେଖା ।।


କୁଣ୍ଢେଇ ପରିକା କୋମଳ ପରଶ

   ପ୍ରିୟାର ମନଟି ହେଉ

ହୃଦୟ ସ୍ପନ୍ଦନେ ପ୍ରୀତି ଜାଗରଣେ

   କୋଳେଇ ସିଏ ନେଉ ।।


ନରମ ସ୍ବଭାବ  ବିକଶିତ ପଥେ

   ସମ୍ପର୍କର ହେଉ ବୃଦ୍ଧି 

କଥା କାମ ଅବା ଆଚାର ବିଚାରେ 

  ସର୍ବ କାମେ ହେଉ ସିଦ୍ଧି ।।


କଣ୍ଢେଇ ହୃଦୟ ଝିଅଟିଏ ହେଲେ

   ସବୁ ମନ ନିଏ ଜିଣି

ପାହାନ୍ତା ପହରୁ ନିଦରୁ ଉଠେଇ

   ସଭିଙ୍କୁ ନିଏ ସେ କିଣି ।।


ସୁନାମୁହିଁ ସଙ୍ଗେ ଭାବ ଯେ କରିବ

   ଯାବତ ଜୀବନ ପଥେ 

ଅଧର ପଟଳେ ସ୍ମିତ ହାସ୍ୟ ଦେଖି

   ପାଗଳ ହୋଇବ ସତେ ।।


କଥା ଯାର ମାନି ସବୁ କାମ କର

   ତଥାପି କାହିଁକି ହାର

ସଂସାର ଜଞ୍ଜାଳେ ସମର୍ପଣ ପରେ

   ବ୍ୟକୁଳତା ପ୍ରାଣେ ଭର ।।


ଫେବୃଆରୀ ଦଶ ଆଜିର ତାରିଖେ

   “ଟେଡି ଦିବସ” ଦିନଟି

ଦୁଃଖକୁ ସମ୍ଭବ ଭୁଲି ଯିବା ଆମେ

  ପ୍ରେମର ଦେବାରେ ଭେଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance