STORYMIRROR

Sunanda Mohanty

Romance Thriller Others

3  

Sunanda Mohanty

Romance Thriller Others

ପ୍ରେମ ପୁଲକ ରେ ଭରା ଗୋଲକ

ପ୍ରେମ ପୁଲକ ରେ ଭରା ଗୋଲକ

1 min
179

ପ୍ରେମ ଏକ ସ୍ରୋତ ହୃଦୟର 

ପ୍ରେମ ଏକ ନଈ ମନ ପାରାବାରର 

ପ୍ରେମ ଏକ ପକ୍ଷୀ ପୁଲକର 

ପ୍ରେମ ଏକ ଛାଇ ଗୋଲାକାର 

ପ୍ରେମ ଏକ ସ୍ମୃତି ଜୀବନର 

ପ୍ରେମ ଏକ ବତୀ ଆଲୋକର 

ପ୍ରେମ ଏକ ସଞ୍ଜ ସଂଧ୍ୟାର 

ପ୍ରେମ ଏକ ଓଁ ସୁନେଲି ସକାଳର 

ପ୍ରେମ ଏକ ଧୂପ ବାସ ମହ ମହ ତାର 

ପ୍ରେମ ଏକ ଦୀପ ଭୁରୁ ଭୁରୁ ସୁଗନ୍ଧର

ପ୍ରେମ ଏକ ଫୁଲ ମହକର 

ପ୍ରେମ ଏକ ଋତୁ ବସନ୍ତର 

ପ୍ରେମ ଏକ ଫଗୁଣ ରଙ୍ଗ ପଳାଶର 

ପ୍ରେମ ଏକ ପାନ୍ଥଶାଳା ଜୀବନ ରାତିର 

ପ୍ରେମ ଏକ ମଧୁଶାଳା ମନ ବିବେକ ହୃଦୟର 

ପ୍ରେମ ହିଁ ପ୍ରେମ, ଶାଶ୍ୱତ ଚିରନ୍ତନ ସୌନ୍ଦର୍ଯ୍ୟର 

ପ୍ରେମ ଏକ ଆବେଗ ଅନ୍ତସ୍ୱର 

ପ୍ରେମ ବି ପ୍ରତାରଣା ଦହନ ଯାତନା ଗହନ ମନ ବନର 

ପ୍ରେମ ରେ ମରିବା ପ୍ରେମରେ ବଂଚିବା ଜୀଵନ ସତ୍ୟ ଶିବ ସୁନ୍ଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance