ପ୍ରେମ ପୁଲକ ରେ ଭରା ଗୋଲକ
ପ୍ରେମ ପୁଲକ ରେ ଭରା ଗୋଲକ
ପ୍ରେମ ଏକ ସ୍ରୋତ ହୃଦୟର
ପ୍ରେମ ଏକ ନଈ ମନ ପାରାବାରର
ପ୍ରେମ ଏକ ପକ୍ଷୀ ପୁଲକର
ପ୍ରେମ ଏକ ଛାଇ ଗୋଲାକାର
ପ୍ରେମ ଏକ ସ୍ମୃତି ଜୀବନର
ପ୍ରେମ ଏକ ବତୀ ଆଲୋକର
ପ୍ରେମ ଏକ ସଞ୍ଜ ସଂଧ୍ୟାର
ପ୍ରେମ ଏକ ଓଁ ସୁନେଲି ସକାଳର
ପ୍ରେମ ଏକ ଧୂପ ବାସ ମହ ମହ ତାର
ପ୍ରେମ ଏକ ଦୀପ ଭୁରୁ ଭୁରୁ ସୁଗନ୍ଧର
ପ୍ରେମ ଏକ ଫୁଲ ମହକର
ପ୍ରେମ ଏକ ଋତୁ ବସନ୍ତର
ପ୍ରେମ ଏକ ଫଗୁଣ ରଙ୍ଗ ପଳାଶର
ପ୍ରେମ ଏକ ପାନ୍ଥଶାଳା ଜୀବନ ରାତିର
ପ୍ରେମ ଏକ ମଧୁଶାଳା ମନ ବିବେକ ହୃଦୟର
ପ୍ରେମ ହିଁ ପ୍ରେମ, ଶାଶ୍ୱତ ଚିରନ୍ତନ ସୌନ୍ଦର୍ଯ୍ୟର
ପ୍ରେମ ଏକ ଆବେଗ ଅନ୍ତସ୍ୱର
ପ୍ରେମ ବି ପ୍ରତାରଣା ଦହନ ଯାତନା ଗହନ ମନ ବନର
ପ୍ରେମ ରେ ମରିବା ପ୍ରେମରେ ବଂଚିବା ଜୀଵନ ସତ୍ୟ ଶିବ ସୁନ୍ଦର।

