STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମ ପୁଲକ: ପ୍ରତିଜ୍ଞା ଦିବସ

ପ୍ରେମ ପୁଲକ: ପ୍ରତିଜ୍ଞା ଦିବସ

1 min
252


ପ୍ରତିଜ୍ଞା ଦିବସେ ଦେଉ ଅଛି କଥା

    ମୁଁ ଏକା ଅଟେ ତୁମର,

ଲକ୍ଷ ଲକ୍ଷ ଏଇ ଲୋକଙ୍କ ଭିଡରେ

      କରି ବିନି ହତାଦର,

     ଏମନ୍ତ ଶପଥ ମୋର,

ମୁଁ ତୁମ ହୃଦୟ ତୁମେ ମୋ ସ୍ପନ୍ଦନ

     ଏ ପ୍ରେମ ଯୁଗ ଯୁଗର ।।

ଜୀବନର ଶେଷ ଶ୍ବାସ ଥିବାଯାଏ

    ତୁମକୁ କରିବି ନିଜର,

ଯିଏ କରୁ ଯେତେ ଅବା ପ୍ରତିବାଦ

    ତୁମ ଠୁଁ ହେବିନି ଦୂର,

    କେମିତି କରିବି ପର,

ସାଥ ଜନମକୁ ସାଥୀ ହୋଇଅଛି

    ତୁମେ ଏକା ଆପଣାର ।।

ପ୍ରେମର ମୂଲ୍ୟଟା ମାପି ହୁଏନାହିଁ

    ଅମୂଲ ମୂଲ ତାହାର,

ପ୍ରେମ ପରିଭାଷା ବୁଝି ହୁଏ ନାହିଁ

    ତଥାପି ତାର ଆଦର,

   ସିଏ ସଂସାରରେ ସାର,

ତୁମ ସହ ପ୍ରେମ ସତେ ମହନୀୟ

    ଅଟେ ଜନ୍ମ ଜନ୍ମାନ୍ତର ।।

ଅପଚେଷ୍ଟା ଯିଏ ଯାହା କରୁ ଆଜି

  ମୋ ଠୁଁ ଛଡାଇ ନେବାର,

ହାରିବିନି ଜମା ଭାଙ୍ଗିବିନି କେବେ

    ହେବିନି ଆଦୌ ନିଷ୍ଠୁର,

    ଗଢିଛି ସୁନା ସଂସାର,

ଭୁଲିବିନି କେବେ ତୁମ ପ୍ରତିଦାନ

   ଆନନ୍ଦେ ତୋଳିବି ଘର ।।

ପ୍ରୀତି ଅନୁଭବେ ତୁମେ ଅନୁପମା

     ଅପରୂପା ଅଭିସାର,

ମୂଲ୍ୟାୟନ ଯେତେ ତୁମକୁ କରିଛି

     ପାଇଛି ଖୁସି ଭଣ୍ଡାର,

    ତୁମେ ବନ୍ଧୁ ସହୋଦର,

ନାହିଁ ଅଭିମାନ ନୁହେଁ ନିରୁପାୟ

    ତୁମେ ସଖା ଜୀବନର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance