STORYMIRROR

suvendu Meher

Romance

3  

suvendu Meher

Romance

ପ୍ରେମ୍ ପତର୍

ପ୍ରେମ୍ ପତର୍

1 min
272


ମୋର୍‌ ଭଲ୍‌ ପାଏବାର୍‌

ତୋର୍‌ ଉପ୍‌ରେ ସବୁବେଲେଁ ଅଛେ 

ଆରୁ ଥିବା ।

ତୁଇ ଗଲା ଉତ୍‌ରୁ

ମେଘ୍‌ ବର୍‌ସିଲା, ଖୋବ୍‌ ବର୍‌ସା ହେଲା

ଆକାସ୍‌ ନୁ ଆରୁ ଆଏଁଖ୍‌ ନୁ

ଛୁଆ ବେଲେଁ,

ଖୋବ୍‌ ଉସଦ୍‌ ଲାଗୁଥିଲା

ବର୍‌ସା ପାନି ଭିଜ୍‌ବାର୍‌ ଥି

ନୁଆଁ ଜାନ୍‌ଲିଁ

ବଡ଼୍‌ବଡ଼୍‌କିଏ ସତ୍‌ କହେସନ୍‌

"ଦୁଃଖ୍‌ ଭିତ୍‌ରେ ସୁଖ୍‌ ଅଛେ

ଆଁଖଲ୍‌ ଭିତରେ ହଁସି ଆରୁ ଖୁସି ଭର୍‌ତି ହେଇଛେ ।"

ଇନର୍‌ କଥା.......!

ଆଘୋର୍‌ ମେତାର୍‌ ଡଙ୍ଗର୍‌ କନୁ

ବେଲ୍‌ ଉଦୁଛେ,

ଆଘୋର୍‌ ମେତାର୍‌

ଭାଗ୍‌ବତ୍‌ ଗୁଡି ନୁ ବେଲ୍‌ବୁଡ଼ିଆ

ମାଇକ୍‌ ନେ ଭଜନ୍‌ ବାଜୁଛେ,

ଆଘୋର୍‌ ମେତାର୍‌

ତମର୍‌ ବାଏର୍‌ ଆଡ଼ର୍‌ ମେଗୁଆ ଗଛେଁ

ମିଟିଙ୍ଗ୍‌ କରୁଛନ୍‌ ଚେରେ ମାନେ ।

ମୋର୍‌ କଥା........!

ଆଏଜ୍‌ ଖାଏଲା ବେଲେଁ

ଭାତ୍‌ ଅଲ୍‌ଝି ଗଲା ଟଁଟି ନ

ମା କହେଲା......

"ତତେ କିଏ ସୋର୍‌ ପକଉଛେ"

ଏତ୍‌କି ମୁହୁଁ ମଏ ପୁର୍‌ଥି ନ

ଏତେ ଚିନ୍‌ହାର୍‌ ମୁହୁଁ ଭିତ୍‌ରୁ

ଝପ୍‌ କରି

ତୋର୍‌ ମୁହୁଁ ଟା ଝଲ୍‌ସି ଉଠ୍‌ଲା

ମୋର୍‌ ମୁହୁଁ ଆଗାଡେଁ ।

ମୁଇଁ ହେନ୍ତା ତୋର୍‌ ମନେ ପଡ଼୍‌ସିଁ ଭାଏଲ୍‌

ରହେଲିଁ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance