STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ପ୍ରେମ ପରଶ

ପ୍ରେମ ପରଶ

1 min
440


ବିତି ଯାଉ ମୋର

ସକଳ ମୁହୂର୍ତ୍ତ 

ତୋ ରୂପ ବଂଦନା ଗାଇ

ବିତି ଯାଉ ମୋର

ଏ ସାରା ଆୟୁଷ

ତୋ ପ୍ରେମ ପରଶ ପାଇ l


ସକଳ ବିଳାସ

ନୁହେଁ ଆଗୋ ରାଣୀ

ତୋ ତନୁ ବିଳାସ ତୁଲ

କେ କଳି ପାରିବ

ତୋ ରୂପ ବିଭବ

କେ ବୁଝିବ ତାର ମୂଲ l


ତୋ ତନୁରାଗ ମଣି

ବଣିକ ମୁଁ ରାଣୀ

ତୋ ରୂପରେ ବାଇ

ବିତି ଯାଉ ମୋର

ସକଳ ମୁହୁର୍ତ୍ତ 

ତୋ ରୂପ ବଂଦନା ଗାଇ l


ମୋ ଜୀବନ ନଈରେ

ଉଦୀଚି ତୀରରେ

ତୁ ରକ୍ତରାଗ କୃଷ୍ଣଚୂଡ଼ା 

ତୋ ରକ୍ତ ରାଗରେ

ଭିଜିଭିଜି ଆଗୋ

ନାହିଁ କିଛି ଆନଲୋଡା l


ପାରିବୁ ତୁ ଯଦି

ବକ୍ଷେ ମୋର

ଅନୁରାଗରେ ପଡିବୁ ନଇଁ

ବିତି ଯାଉ ମୋର

ସକଳ ମୁହୂର୍ତ୍ତ 

ତୋ ରୂପ ବଂଦନା ଗାଇ l



Rate this content
Log in

Similar oriya poem from Romance