STORYMIRROR

Baijayantimala Rout

Romance

3  

Baijayantimala Rout

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
189

ତୁମେ ମୋ ପ୍ରେମିକା ମୁଁ ତୁମ ପ୍ରେମିକ

ହୃଦୟେ ଏ କଥା ଲେଖା ,

ହୃଦୟ ସ୍ପନ୍ଦନ ବନ୍ଦ ହୋଇଯାଏ

ଯେବେ ନ ହୁଅଇ ଦେଖା ।

ଦୁନିଆଁଟା ଲାଗେ ସରଗଠୁ ବଳି

ଯେବେ ପାଶେ ଥାଅ ମୋର ,

ଆଉ କେହି ମୋତେ ଲାଗେନା ସୁନ୍ଦର

ସବୁଠୁ ତୁମେ ସୁନ୍ଦର ।

ନିସ୍ବାର୍ଥର ପ୍ରେମ ଢାଳିଦିଅ ତୁମେ

ମୋ ମନ ଗହନ ବନେ ,

କିଏ ହେବ ସରି ତୁମ ପ୍ରେମ ପରି

ଭାବନାରେ ଥାଏ ମନେ ।

ଭରିଦିଅ ତୁମେ ପ୍ରେମର ରଙ୍ଗରେ

ମୋ ହୃଦୟ ଆକାଶକୁ ,

ଚାତକ ପରି ମୁଁ ଚାହିଁ ରହିଥାଏ

ପ୍ରେମ ତୁମ ପାଇବାକୁ ।

ପ୍ରେମ ପ୍ରଣୟର ପରିଭାଷା ପୁଣି

ପ୍ରେମିକା ମୋ ବୁଝିଥାଏ ,

ଏଇ ଦୁନିଆଁରେ ମୋ ପ୍ରେମିକା ପରି

ସତେ ଅବା କେହି ନୁହେଁ ।

ଠାକୁରଙ୍କ ପାଶେ ଏହି ଅଳି ମୋର

ସୁଖ ଢାଳ ତା ପୟରେ ,

ଯୋଉଠି ବି ଥାଉ ଯେମିତି ବି ଥାଉ

ଖୁସିରେ ଥାଉ ସଂସାରେ ।


Rate this content
Log in

Similar oriya poem from Romance