STORYMIRROR

jyotsna mayee panda

Romance

4  

jyotsna mayee panda

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
421

ପ୍ରେମ ର ପରିଭାଷା ବୁଝିବା ଆଗରୁ.

ସବୁ ଭଲ ପାଇବା ସମର୍ପି ଦେଲି ମୁଁ

ଭାବିଥିଲି ପ୍ରେମ ରେ ସବୁ କିଛି ହାରି

ଜିତିବାର ଅନୁଭୂତି ସାଉଁଟିବି ବୋଲି

ଭାବିଥିଲି କାଳେ ତୁମର ସବୁ ସମୟ.

କେବଳ ମୋ ନାଁ ରେ ଲେଖିଦେବ ବୋଲି

ଭାବିଥିଲି ତୁମେ ଦିନେ ମୋ ନାଁ ର

ସିନ୍ଦୁର ପିନ୍ଦିବ ବୋଲି

ଭାବିଥିଲି ତୁମ ସବୁ ସଞ୍ଜ ମୋ ନାଁ ରେ

ସମର୍ପିତ ବୋଲି

ଭାବିଥିଲି ତୁମ ସବୁ ସପ୍ନ ମୋ ପାଇଁ ସାଇତା ବୋଲି

ହେଲେ ବାସ୍ତବ କିଛି ଅଲଗା ଥିଲା

ସବୁ ସପ୍ନ ଭାଙ୍ଗି ଗଲା

ପ୍ରେମ ର ସୌଧ କାଚ ଘର ଥିଲା

ଯାହା ଖୁବ ସହଜ ରେ ଭାଙ୍ଗିଗଲା

ତୁମେ ଆଉ କାହାର ହୋଇଗଲ

ହେଲେ ତୁମ ପ୍ରେମ ମୋ ସ୍ମୃତି ହୋଇ

ସବୁଦିନ ପାଇଁ ରହିଗଲା

ଆଜି ବି ବି ପ୍ରୀତିଝର ପ୍ରତି ପଲକ

ତୁମ କୁ ହିଁ ଝୁରେ 

ଆଜି ବି ହୃଦୟ ମନ ସିହରିତ ହୁଏ

ତୁମ ପ୍ରୀତି ର ମହ ମହ ବାସ୍ନା ରେ

ତୁମେ ଜାଣ କି ନ ଜାଣ

ଆଜି ବି ସବୁ ସ୍ମୃତି

ମୋ ହୃଦୟ ଭିତରେ ଉତାଜୀବିତ ହୁଏ.

ସେଇ ନିରୁତା ସଞ୍ଜ ରେ ଆଜିବି

ବଂଚିବା ର ବାହାନା ଟେ ମିଳିଯାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance