Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajay kumar Behera

Romance

3  

Ajay kumar Behera

Romance

ପ୍ରେମ ପ୍ରେମ କହି ଠକିବୁ କେତେ

ପ୍ରେମ ପ୍ରେମ କହି ଠକିବୁ କେତେ

1 min
469



ପ୍ରେମ ପ୍ରେମ କହି ଠକିବୁ କେତେ ତୁ

କହି ଦେଲ ପ୍ରିୟା ଥରେ

ତୋ ହାବରେ ଭାବରେ ଲାଗୁନାହିଁ ତୁ

ଚାଲିବୁ ଲୋ ମୋ ସାଥିରେ ।


ପ୍ରେମ ତୋର ସତେ ଅଦିନିଆ ମେଘ

ପବନରେ ଯାଏ ଉଡ଼ି

ତୋ ପ୍ରେମରେ ପଡି ବିକଳ ହୋଇ ମୁଁ

କାହିଁକି ଛାଡ଼ିବି ରଡ଼ି ।


କଥା କହୁ ପାଣିରେ ପକେଇ ସର

ଭଲମନ୍ଦ ନାହିଁ ତୋର

ତୁ କେମିତି ହେବୁ ଆଲୋ ମୋ ନିଜର

ମାୟାବିନୀ ପ୍ରିୟା ମୋର ।


ପ୍ରିୟ ପ୍ରିୟ କହି ବୁଲୁ ଥାଉ ତୁହି

ଆଖ ପାଖେ ନିତି ମୋର

କାହିଁ ଅଲଗା ଅଲଗା ଲାଗେ ସତେ

ଯେତେ କଥା ସବୁ ତୋର ।


କଥା କଥାରେ କରୁ ସନ୍ଦେହ କେତେ

ଭାବି ଦେଲେ ଲାଗେ ମୋତେ

କେମିତି ତୁ କରିବୁ ଘର ମୋ ସାଥେ

ରହିବୁ କେମିତି ସତେ ।


ନିଆଁ କୁ ପାଣିକୁ କରିଲେ ନିଜର

ପର ହେବେ ଆପଣାର

ସୁଖ ଆଉ ଦୁଃଖରେ ଥିଲେ ସାଥିରେ

ଘର ହେବ ସ୍ୱର୍ଗ ପୁର ।



Rate this content
Log in

Similar oriya poem from Romance