STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରେମ ପୀୟୁଷ

ପ୍ରେମ ପୀୟୁଷ

1 min
870

ପ୍ରଣୟ ପୀୟୂଷ

ପାନ କରେ ଯିଏ

ମେଣ୍ଟି ଯାଏ ପ୍ରେମ ଶୋଷ 

ପ୍ରେମର ଅମୃତ

ପାନ କରେ ଯିଏ

ଭୁଲି ଯାଏ ସବୁ କ୍ଳେଶ।


ଏହି ଯେ ପୀୟୂଷ

ଅମୃତ କଳସ

ଆକଣ୍ଠ ପିଇଛି ଯିଏ 

ମନରେ ସଦା ହେ

ଭାବି ଥାଏ ସିଏ

 ଭୁବନ ବିଜୟୀ ସିଏ।


ମିଳେନି ଯାହାଙ୍କୁ

ଏ ଅମୃତ ରସ

ବଡ ହତଭାଗା ସିଏ 

କିପରି କହିବ

ବାସ୍ତବ ମଣିଷ

ଜନମ ଲଭିଛି ହାୟେ।


କିଛି ଦିନ ପାଇଁ

ପାଇ ଏ ଅମୃତ

ପୁଣି ଯଦି ମିଳେ ନାହିଁ 

ତା ଠାରୁ ସତରେ

ବଡ ହୀନିମାନ

ଜଗତେ କେହି ନଥାଇ।



Rate this content
Log in

Similar oriya poem from Romance