STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ପ୍ରେମ ଓ ପ୍ରଜାପତି

ପ୍ରେମ ଓ ପ୍ରଜାପତି

1 min
382

ଉଡ଼ି ଯାଏ ପ୍ରଜାପତି ଝାଡ଼ି ଦେଇ ଛିଟ ରଙ୍ଗ ତାର,

ପ୍ରେମ ଆସେ ବୈଶାଖରେ ବାସ୍ନା ଭରି ନୂଆ ଫଗୁଣର

ପ୍ରଜାପତି ଗଲେ ଉଡ଼ି ରଙ୍ଗ ହୁଏ ଅଲୋଡ଼ା ସମ୍ପତି,

ପ୍ରେମୀ ଦେଲେ ହାତ ଛାଡ଼ି ପ୍ରେମ କିନ୍ତୁ ହୁଏନାହିଁ ଦୂର ।


ପ୍ରଜାପତି ଉଡ଼େ ସିନା ଆନନ୍ଦରେ ଫୁଲରୁ ଫୁଲକୁ,

ପ୍ରେମ କିନ୍ତୁ ପାପ ହୁଏ ଯେବେ ଧାଏଁ ହୃଦରୁ ଦେହକୁ

ପ୍ରେମ ଏକ ମହୋତ୍ସବଟିଏ ଆତ୍ମା ସହ ଆତ୍ମା ମିଳନର,

ଅଶୁଦ୍ଧ ଯୋଜନା କେବେ ପରିଚୟ ନୁହେଁ ପ୍ରଣୟର ।


ଫୁଲଟେ ଝାଉଁଳି ଗଲେ ପ୍ରଜାପତିର କି ଆସେ ଯାଏ,

ମଧୁ ଲୋଭେ ରଙ୍ଗ ବାଣ୍ଟି ପାଖୁଡାକୁ ଛୁଇଁ ଛୁଇଁ ଯାଏ

ପ୍ରେମ ନୁହେଁ ପାପ କିନ୍ତୁ ପ୍ରେମ ବି ନୁହେଁ ମନର ରଞ୍ଜନ,

ପ୍ରେମ ଏକ ନିଜ ସହ ଆଉ ଜଣେ ହୋଇ ବଞ୍ଚିବାର ।


କିନ୍ତୁ ପ୍ରଜାପତି ଫୁଲ ସହ ରଚେନାହିଁ ପ୍ରେମର ରାହାସ,

କର୍ତ୍ତବ୍ୟର ଆହ୍ବାନରେ ମଧୁ ପାଇଁ ପୁରାଏ ତା ଆଶ

ପ୍ରେମ କିନ୍ତୁ ନୁହେଁ ଯେ କେବଳ ଅଭିପ୍ରାୟ ଏକ କର୍ତ୍ତବ୍ୟର,

ପ୍ରେମ ଏକ ସ୍ୱୟଂଭୁ ଶାଳଗ୍ରାମଟିଏ ଛଳହୀନ ହୃଦୟର ସ୍ୱର ।


ପ୍ରେମ ନୁହେଁ ରଙ୍ଗ ମୋହ ପ୍ରେମ ନୁହେଁ ମଧୁ ସଂରକ୍ଷଣ,

ପ୍ରେମ ନୁହେଁ ପ୍ରଜାପତି ପ୍ରେମ ଘନ ନୀଳ ଆକାଶର

ପ୍ରେମ ଏକ ଲକ୍ଷ ନୁହେଁ ପ୍ରେମ ନୁହେଁ କେବେ ଅଧିକାର,

ପ୍ରେମ ହିଁ ଜୀବନ ଅଟେ ଜୀବନ ହିଁ ପ୍ରେମର ସମ୍ଭାର।


Rate this content
Log in

Similar oriya poem from Romance