STORYMIRROR

linki barik

Abstract Romance Others

4  

linki barik

Abstract Romance Others

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
326

ସମର୍ପଣ ପୁସ୍ତକ ଶୀର୍ଷକରେ ସ୍ୱର୍ଣ୍ଣୀମ ଅକ୍ଷରେ ଲିପିବଦ୍ଧ "ପ୍ରେମ"

ଚିରନ୍ତନ ଶାଶ୍ଵତ ଚିରାଚରିତ ପବିତ୍ର ଧାରାରେ ଅବ୍ୟାହତ ପ୍ରେମ,

ପ୍ରେମୀ ହୃଦୟର ଅହେତୁକ ଆବେଗ ସିମାହୀନ ଅପେକ୍ଷାର ମାର୍ମିକ ଇସ୍ତାହାର ପ୍ରେମ

ସଦା ମନ୍ମୟ ବଳିଷ୍ଠ ସାତ୍ତ୍ୱିକ ସତ୍ୟ ଗମ୍ଭୀର ଅନୁଭୂତି ପ୍ରେମ।

ଏ ନୁହେଁ ପାପ.................................(୧)


ହୃଦ ମଲ୍ହାର ପ୍ରେମ

ପ୍ରିତୀ ଝଙ୍କାର ପ୍ରେମ,

ପ୍ରଣୟ ପ୍ରାଙ୍ଗଣ ପ୍ରେମ

ଅହେତୁକ ଯନ୍ତ୍ରଣା ପ୍ରେମ,

ସଂଜ୍ଞାହୀନ ବିରହ ପ୍ରେମ

ସାଂଜ୍ଞାହୀନ ଶୀର୍ଷକ ପ୍ରେମ,

ଈଶ୍ୱର ପ୍ରଦତ୍ତ ଦିବ୍ୟଦାନ ପ୍ରେମ

ନୁହେଁ କଦାପି ପାପ ଏ ପ୍ରେମ......................(୨)


ନୁହେଁ ପିରତୀରେ ସୀମାବଦ୍ଧ ପ୍ରେମ

ନୁହେଁ ପ୍ରଣୟରେ ଆବଦ୍ଧ ପ୍ରେମ,

ନୁହେଁ ଚିରାଚରିତ କଳୁଷିତ ପ୍ରେମ

ହୃଦ୍ୟେ ପ୍ରେମାନୁଭବର ଆବାହକ ପ୍ରେମ,

ନୁହେଁ ପ୍ରେମିକାର ରୂପ ସର୍ଜନା ପ୍ରେମ

ନୁହେଁ ଅର୍ଥ ନିକିତିରେ ତଉଲ ପ୍ରେମ,

ନୁହେଁ ଜାତି ପ୍ରଜାତିରେ ନିହୀତ ପ୍ରେମ

ନୁହେଁ ରୂପ ଆକର୍ଷରେ ବଳିଷ୍ଠ ପ୍ରେମ,

ନୁହେଁ ନିର୍ଦ୍ଧିଷ୍ଟ କାଳରେ ପର୍ଯ୍ୟାପ୍ତ ପ୍ରେମ

ନୁହେଁ କଦାପି ପାପ ଏ ପ୍ରେମ...................(୩)


ରଙ୍ଗୀନ ଦୁନିଆଁରେ ଚେନାଏ ରଙ୍ଗବୋଳା ଆତ୍ମତୃପ୍ତିର ଖିଲିଖିଲି ହସ ପ୍ରେମ

ସଙ୍ଗୀତର ସାତସୁରେ ମନପ୍ରଦେଶେ ଝରି ପଡ଼ୁଥିବା ରାଗ ରାଗିଣୀ ପ୍ରେମ,

କବି କାବ୍ୟନାୟିକା ପ୍ରେମ

ପ୍ରଣୟାନୁଭୁତିର ସ୍ୱରୂପା ପ୍ରେମ,

ଐସ୍ଵର୍ଗିକ ପ୍ରଦତ୍ତ ଦିବ୍ୟାନୁଭବ ପ୍ରେମ

ନୁହେଁ କଦାପି ପାପ ଏ ପ୍ରେମ…...........(୪)


ଉଲ୍ଲସିତ ଚେତନା ପ୍ରାଙ୍ଗଣ ପ୍ରେମ

ସମର୍ପିତ ଭାଵନା ଅଳକା ପ୍ରେମ,

ହର୍ଷବିଷାଦ ପୟସ୍ଵିନୀ ପ୍ରେମ

ନିବୁଜ କୋଠରୀର ନିଶବ୍ଦ ବିବର୍ତ୍ତ ପ୍ରେମ,

ନୁହେଁ ପାପ ଏ ପ୍ରେମ....................(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract