STORYMIRROR

Premasila Raut

Romance

3  

Premasila Raut

Romance

ପ୍ରେମ ନୁହେଁ ଏକ

ପ୍ରେମ ନୁହେଁ ଏକ

1 min
414

ପ୍ରେମ ନୁହେଁ ଏକ

ପ୍ରେମଶିଲା ରାଉତ ପ୍ରେମ ନୁହେଁ ଏକ ମାଟିର କଣ୍ଢେଇ ଭାଙ୍ଗିଗଲେ ଗଢି ଦେବ

ପ୍ରେମ ନୁହେଁ ଏକ ଏମିତି ପଦାର୍ଥ ବଜାରରୁ କିଣି ହେବ

ପ୍ରେମ ନୁହେଁ ଗୋଟେ ପାଦର ଅଳତା ଧୋଇ ଦେଲେ ଲିଭି ଯିବ

ପ୍ରେମ ନୁହେଁ ଏକ ବାଲିର ମନ୍ଦିର ପାଣିରେ ଭୁଷୁଡିଯିବ

ପ୍ରେମ ନୁହେଁ ଏକ ସୂତାର ବନ୍ଧନ ଟାଣି ଦେଲେ ଛିଣ୍ଡି ଯିବ

ପ୍ରେମ ନୁହେଁ ଏକ ସଳିତାର ଦୀପ ପବନରେ ଲିଭିଯିବ

ପ୍ରେମ ନୁହେଁ ଏକ ସକାଳର ଛାଇ ସଂନ୍ଧ୍ୟାରେ ଉଭେଇ ଯିବ

ପ୍ରେମ ନୁହେଁ ଏକ ପ୍ରତିଛବି ଟିଏ ରୂପ ତା’ର ଦେଖି ହେବ

ପ୍ରେମ ନୁହେଁ ଏକ ବହିଯିବା ନଦୀ ଚାହିଲେ ଅଟକି ଯିବ

ପ୍ରେମ ନୁହେଁ ଏକ ଅସରନ୍ତି ପଥ ଚାଲି ଚାଲି ଥକିଯିବ

ପ୍ରେମ ନୁହେଁ ଏକ କାଗଜର ଡଙ୍ଗା ପାଣିରେ ଯେ ଭାସିଯିବ

ପ୍ରେମ ନୁହେଁ ଏକ ବରଷାର ଧାର ବରଷି ସେ ଥମିଯିବ

ପ୍ରେମ ନୁହେଁ ଏକ ପର ଥିବା ପକ୍ଷୀ ଦୂର ଆକାଶେ ଉଡିବ

ପ୍ରେମ ନୁହେଁ ଏକ ଝରାଫୁଲ ଟିଏ ଝରି ଝରି ମରିଯିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance