STORYMIRROR

Jagannath Barik

Inspirational

4  

Jagannath Barik

Inspirational

ପ୍ରେମ ନିଷ୍ପାପ

ପ୍ରେମ ନିଷ୍ପାପ

1 min
295

ପ୍ରେମତ ନିଷ୍ପାପ ନୁହେଁ ଅଭିଶାପ

   ବିଧାତାର ବରଦାନ

ପ୍ରେମ ନୈସର୍ଗିକ ପ୍ରେମତ ଦୈବିକ

  ଅସରା ସୁଖ ନିଦାନ |


ପ୍ରେମରେ ବନ୍ଧନ  ଏ ବିଶ୍ୱ ଭୁବନ

   ପ୍ରେମ ବିନା ସବୁ ମରୁ 

ପ୍ରେମରୁ ଭକତି  ଭକ୍ତିରୁ ଶକତି

  ଶକ୍ତିରୁ ସାମର୍ଥ୍ୟ ଗରୁ |


ଆମ ଗାଁ ଅମ୍ବିକା  ଗରିବ ବାଳିକା

  ବାଲ୍ୟରୁ ହରାଏ ପିତା

ରୋଗୀଣି ମାଆର ଶୂଶ୍ରୁଷାର ଭାର

  ସହିତ ହା ଅନ୍ନ ଚିନ୍ତା |


ବାର ଘରେ କାମ  କରି ଗୁଜୁରାଣ

  କଷ୍ଟରେ ମେଣ୍ଟାଇ ଥାଏ 

କୈଶୋର ଲାବଣ୍ୟ ଆଦ୍ୟ ଯଉବନ

  ଧିରେ ତନୁ ଛୁଇଁ ଯାଏ |


ନାଆଁଟି ଅମ୍ବିକା ହେଲା ରୁପାମ୍ବିକା

   ପୁରୁଷ ବନ୍ଧନ କାରା

ସଭିଙ୍କର ମନ  କଲା ଆକର୍ଷଣ

   ଜୀବିକା ହୋଇଲା ଭାରା |


ଚତୁରୀ ସୁମତି  ସ୍ଥିର କରି ମତି

   ବାଛିଲା ମନର ସାଥୀ

ସରଳ ସୁଶାନ୍ତ  ନାମଟି ସୁଶାନ୍ତ

  ଗୁଣୀ କିନ୍ତୁ ଭିନ୍ନ ଜାତି |


କାଞ୍ଚନରେ ମଣି  ମିଶି ଅନୁରଣି 

  ଫୁଟେ ପ୍ରେମ ଶତଦଳ 

ଲୋକ ନିନ୍ଦା ବାଦ୍ୟ ମିଥ୍ୟା ଅପବାଦ

  ବାଧା ବିଘ୍ନ ପରବଳ |


ଘୋର ଚିନ୍ତା କରି  ମାଆ ଗଲା ମରି

  ବିପଦ ବୋଝକୁ ବହି

ରୂପ ଯଉବନ  ଜୀବନ ବିପନ୍ନ

  ସାଥୀ ଏକା ସାହା ତହିଁ |


ସମାଜ ଅର୍ଗଳ ସେ ପ୍ରେମୀ ଯୁଗଳ 

 ଅତିକ୍ରମି ଗଲେ ଡେଇଁ 

ଯାଇ ସୁରାଟରେ ରହିଲେ ସୁଖରେ  

  ଦାମ୍ପତ୍ୟ ବୈଭବ ନେଇ |


ମନ ଯହିଁ ଏକ ବିପଦ ଅନେକ

  ପାଦେ ହୋଇଯାଏ ଦଳି

କଲେ ରୋଜଗାର ସମ୍ପତ୍ତି ଅପାର

  କମ୍ପାନୀ ଚାକିରୀ କରି |


ବାରବର୍ଷ ପରେ ଫେରିଲେ ଗ୍ରାମରେ

  ପୁଅକୁ ସଙ୍ଗରେ ଧରି

ଖୁସି ଗ୍ରାମବାସୀ ସସ୍ନେହେ ସମ୍ଭାଷି

  ନେଲେ ଆପଣାର କରି |


ପ୍ରେମ ନୁହେଁ ପାପ ମାନେ ନାହିଁ ଚାପ

  ସତ ପ୍ରେମ ବରାଭୟ 

ଦାତା ଚିରନ୍ତନ ଅସାଧ୍ୟ ସାଧନ

  ସୁଖ ଶାନ୍ତିର ନିଳୟ |



Rate this content
Log in

Similar oriya poem from Inspirational