STORYMIRROR

Prasanta Sahu

Romance

3.3  

Prasanta Sahu

Romance

ପ୍ରେମ ନିଦାନ

ପ୍ରେମ ନିଦାନ

1 min
39



ରାଗ--ମିଶ୍ରପିଲୁ, ତାଳ--ରୂପକ


ଆଗୋ ବରାନନା ଶୋଭାଙ୍ଗୀ,

  ବଲ୍ଲରୀ ଲଳନା ରୁଷୁ କାହିଁକି? ।ପଦ।


 ବିକଚ ନେତ୍ର   ନୋହେ ଶାଣିତ

 ବିଳାସ ବାପିକା ଆଜ ନୋହେ ତ

ନତ ଆନନେ   କି ଅଭିମାନେ

 ରମଣି ରତନ ଭାବୁ କାହିଁକି ? ।୧।


ଆଗୋ ଛଇଳି   ତନୁ ପାତଳି

 ବିକମ୍ପିତ ହୃଦେ ଯାଉଛୁ ଜଳି

ନୟନ ବାରି   ଯାଉଛି ଝରି

 କରି ଆକୁଞ୍ଚନ ନେତ୍ରଯୋଡ଼ି କି !୨।


ତୋ'ର ଶିଶୁତା   ସ୍ୱଭାବ ଜିତା

 ସଲ୍ଲଜ ଆଳାପ ହୋଇଛି ପିତା

ଚାରୁ ହାସିନୀ   ସୁଦତୀ ମାନୀ

 ମଦନେ ସ୍ପରଧା କରିଅଛୁ କି? ।୩।


ପ୍ରେମ ପୀୟୂଷ   କଲୁ କି ଗ୍

ରାସ !

 ସୁମନ ଦଗଧେ ହୋଇଛି ବିଷ 

ଶରୀରେ ତୋ'ର  ଭାବ ଜୁଆର

  ଅନ୍ତର ଅତଳେ ଗଲୁ ବୁଡ଼ି କି ? ।୪।


ନିର୍ଜଳ ବରି    ହେବ କି ପାରି

 ପ୍ରେମ ପୟୋଧିରେ ତୋ' ମନ ତରୀ

ମଉନ ଦ୍ୱୀପେ   ରସିକ ତପେ

 ବିରହ ଅନଳେ ଯିବୁ ଜଳି କି ? ।୫।


କର ଯତନ    ସଖୀ ରତନ

 ରମ୍ୟ ଅଙ୍ଗରାଗ ମୋହିବ ମନ

ମୁଗ୍ଧ ମାନସେ   ରତି ଲାଳସେ

 ନୟନ ଭାରତୀ ପ୍ରକ୍ଷାଳିବ କି ? ।୬।

   

ବଡ଼ ସଙ୍ଗୀନ    ପ୍ରେମ ନିଦାନ 

 କହ ସଖୀ କିଏ ସେ ଭାଗ୍ୟବାନ !

ଯିବି ସହସା    କର ଭରସା

 ଆଣିବି ମଦନ ବାଣ ବିନ୍ଧି କି ! ।୭।



Rate this content
Log in

Similar oriya poem from Romance