Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Romance

4  

Ramachandra Bhutia

Romance

ପ୍ରେମ ମୋର ଗୁଳ୍ମ ପରି

ପ୍ରେମ ମୋର ଗୁଳ୍ମ ପରି

1 min
208


ପ୍ରେମ ମୋର ଗୁଳ୍ମ ପରି

ଛୁଇଁ ମୁଁ ପାରେନା

ଦୂରୁ ଦେଖି ହୁଏ ଖୁସି        ।

କାଳେ ସ୍ପର୍ଶ କଲେ ଯିବ ସେ ମଉଳି

ତେଣୁ ଦେଖେ ଦୂରେ ବସି                      ।।

ପ୍ରେମ ମୋର ଗୁଳ୍ମ ପରି

ନଥିଲା ସୁବାସ      ।

ଦେଖୁ ଦେଖୁ ସବୁ ଆଜି ହୋଇଗଲା ଶେଷ

ନିଜ ପାଖେ ନିଜେ ଆଜି ଗଲି ମୁଁ ତ ହାରି

ଏ ଦୁନିଆ କହେ ମୋତେ ଅପରାଧୀ ବୋଲି    ।।   

ପ୍ରେମ ମୋର ଗୁଳ୍ମ ପରି

ଆୟୁ ତାର ଅଳ୍ପ    ।

ଆରମ୍ଭ ନ ହୋଇ ସରିଗଲା ସେଇ ଗଳ୍ପ

ବିନା ଯୁଦ୍ଧ ରେ ହେଲି ଆଜି ମୁଁ ରକ୍ତାକ୍ତ

ପରାଜିତ ପ୍ରେମିକ ମୁଁ ନିଃସଙ୍ଗ ନାୟକ        ।।

ପ୍ରେମ ମୋର ଗୁଳ୍ମ ପରି

ନଥିଲା ଅସ୍ତିତ୍ଵ     ।

ବାଲିଘର ପରି ଭାଙ୍ଗିଗଲା ମୋ ବିଶ୍ୱାସ

ବଞ୍ଚିବାକୁ ଆଜି ସିନା ଖୋଜେ ମୁଁ ବାହାନା

ହେଲେ ଭଲ ଲାଗେ ଟିକେ ଶୁଣିଲେ ତା ନାଁ  ।।


Rate this content
Log in

Similar oriya poem from Romance