STORYMIRROR

Niranjan Sahu

Fantasy Others

3  

Niranjan Sahu

Fantasy Others

ପ୍ରେମ ମାନେ କ'ଣ

ପ୍ରେମ ମାନେ କ'ଣ

1 min
208

ପ୍ରେମକୁ ଯେବେ ପ୍ରେମ ହେଲା

ପ୍ରେମ, ପ୍ରେମକୁ ପ୍ରେମରେ ପଚାରିଲା

ପ୍ରେମ ମାନେ କ’ଣ ?

ପ୍ରେମ, ପ୍ରେମକୁ ପ୍ରେମରେ ବୁଝାଇଲା

ପ୍ରେମରେ ଚାଲିଛି ସଂସାର

ପ୍ରେମ ବିନା ସବୁ ଅସାର

ପ୍ରେମେ ଚାଲିଛି ପରିବାର

ପ୍ରେମରେ ବନ୍ଧା ଠାକୁର

ପ୍ରେମ ହିଁ ଶ୍ବାଶତ ସୁନ୍ଦର

ପ୍ରେମ ହିଁ ଅକ୍ଷତ, ପ୍ରେମ ଚିରନ୍ତନ

ପ୍ରେମ ବିନା ସବୁ ଅନ୍ଧାର

ତଥାପି ପ୍ରେମ ପଚାରୁଛି ପ୍ରେମକୁ

ପ୍ରେମଟା ସତରେ କେମିତି?

ପ୍ରେମ, ପ୍ରେମକୁ ପ୍ରେମରେ ବୁଝାଇ କହୁଛି

ଏ କବିତାକୁ ପଢୁଥିବା ବନ୍ଧୁ ମାନଙ୍କୁ

ଖୁସି ଲାଗେ ଯେମିତି

ପ୍ରେମଟା ଠିକ ସେମିତି

ପ୍ରେମ, ପ୍ରେମକୁ ପ୍ରେମରେ କହିଲା

ଓଃ ବୁଝିଗଲି ଭାଇ ବୁଝିଗଲି

ପ୍ରେମଟା ସତରେ କେତେ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy