ପ୍ରେମ କଣ ଜାଣି ନ ଥିଲି
ପ୍ରେମ କଣ ଜାଣି ନ ଥିଲି
ପ୍ରେମ କଣ ଜାଣି ନ ଥିଲି
ତୁମେ ତ ଶିଖାଇଥିଲ,
ଚିଠି ଲେଖା ଜାଣି ନ ଥିଲି
ତୁମେ ତ ବତାଇଥିଲ l
ହେଲେ ପର କରି ମୋ ପ୍ରିୟା
ଛାଡି କିଆଁ ଚାଲିଗଲ l(0)
ତୁମେ ତ ଥିଲ ମୋର ପଥ
ମୁଁ ଥିଲି ତୁମ ପଥିକ,
ତୁମେ ମୋର ତରଣୀ ହେଲେ
ମୁଁ ପରା ତୁମ ନାବିକ l
ମୁଁ ମାଟିର କଣ୍ଢେଇ ନୁହଁ
ପ୍ରେମ କରି ଫିଙ୍ଗି ଦେଲ l
ପ୍ରେମ...................
.,.......................... l(2)
ତୁମେ ରଜନୀ ମୁଁ ସପନ
କ୍ଷୀର ନୀର ପରି ଭାବ,
ତୁମେ ଜଳ ମୁଁ ତୁମ ମୀନ
ମୋ ଜୀବର ତୁମେ ଜୀବ l
ମୋତେ ଯୋ ଭୁଲି ଗଲ ଚାଲି
କି ଯଶ ତୁମେ ପାଇଲ l
ପ୍ରେମ...........................
............................... l(2)

