STORYMIRROR

Deepak Panigrahi

Romance

3  

Deepak Panigrahi

Romance

ପ୍ରେମ କବିତା

ପ୍ରେମ କବିତା

1 min
13.7K


ସମ୍ପର୍କ ଆମର ଏତେ ଯେ ନିବିଡ଼

ନଜାଣନ୍ତୁ ପଛେ କେହି ଲୋକ

ତମେ ତ ଜାଣିଛ ହୃଦୟକୁ ମୋର

ମନ କଥା ଥରେ ବୁଝି ଦେଖ (୧)

ହୃଦୟକୁ ଯେବେ ହୃଦୟ ବୁଝଇ

ମନକୁ ମନଟି ବୁଝିଥାଏ

ମଧୁର ଅମୃତ ବନ୍ଧନଟି ସେହି

ଜନ୍ମ ଜନ୍ମାନ୍ତର ପ୍ରେମ ସିଏ (୨)

ଭଲ କରି ଦେଖ ମୋ ଭିତରେ ତୁମେ

ତୁମ ଭିତରେ ମୁଁ ଅଛି ପରା

ନିନ୍ଦାକି ପ୍ରଶଂସା ଯାହା ମିଳୁ ପଛେ

ପୁରିଥିବ ପ୍ରୀତିର ପସରା (୩)

କଥା ଦିଅ ମୋତେ ଝଡ଼ ଆସୁ ଯେତେ

ପାଖରୁ ଦୁରେଇ ଯିବ ନାହିଁ

ତେବେ ଆମ ପ୍ରେମ ଶାଶ୍ୱତ ହୋଇବ

ଭଲ ପାଉଥିବା ପ୍ରାଣ ଦେଇ(୪)

ସମ୍ପର୍କ ଆମର ଏତେ ଯେ ନିବିଡ଼

ନଜାଣନ୍ତୁ ପଛେ କେହି ଲୋକ

ତମେ ତ ଜାଣିଛ ହୃଦୟକୁ ମୋର

ମନ କଥା ଥରେ ବୁଝି ଦେଖ (୧)

ହୃଦୟକୁ ଯେବେ ହୃଦୟ ବୁଝଇ

ମନକୁ ମନଟି ବୁଝିଥାଏ

ମଧୁର ଅମୃତ ବନ୍ଧନ ଟି ସେହି

ଜନ୍ମ ଜନ୍ମାନ୍ତର ପ୍ରେମ ସିଏ (୨)

ଭଲ କରି ଦେଖ ମୋ ଭିତରେ ତୁମେ

ତୁମ ଭିତରେ ମୁଁ ଅଛି ପରା

ନିନ୍ଦାକି ପ୍ରଶଂସା ଯାହା ମିଳୁ ପଛେ

ପୁରିଥିବ ପ୍ରୀତିର ପସରା (୩)

କଥା ଦିଅ ମୋତେ ଝଡ଼ ଆସୁ ଯେତେ

ପାଖରୁ ଦୁରେଇ ଯିବ ନାହିଁ

ତେବେ ଆମ ପ୍ରେମ ଶାଶ୍ୱତ ହୋଇବ

ଭଲ ପାଉଥିବା ପ୍ରାଣ ଦେଇ(୪)

ଦୀପକ ପାଣିଗ୍ରାହୀ

ଆନ୍ଧ୍ରପ୍ରଦେଶ

9573019199


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance