STORYMIRROR

Deepak Panigrahi

Others

3  

Deepak Panigrahi

Others

ମଣିମା ଶୁଣିମାହଉ ଗରିବ ଡାକ

ମଣିମା ଶୁଣିମାହଉ ଗରିବ ଡାକ

1 min
13.5K


ନୀଳାଦ୍ରି କନ୍ଦର ନୀଳମଣି ହେ....

ଏ ଆଖି ତୁମକୁ ଖୋଜେ ପୁଣି ହେ..

ଚତୁର୍ଦ୍ଧା ମୂରତି ଦେଖିବାକୁ ନିତି

ନେତ୍ର ଚକୋର ଆତୁର ଜାଣି ହେ ..(ଘୋଷା)

 ଇଚ୍ଛା ହୁଏ ଖାଲି ସେ ଶରଧା ବାଲି

ଚାଲି ଚାଲି ବୁଲିବାକୁ

ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇ ବୋଳି

ନୀଳଚକ୍ରେ ଚାହିଁବାକୁ

ପତିତପାବନ ଉଡ଼ଇ ଗଗନ

ତୁମ୍ଭେ ଏକା କ୍ଷେତ୍ରମଣି ହେ ..(୧)

 ବାଇଶି ପାହାଚେ ଗଡି ଗଡି ମୁଁ ଯେ

ଗରୁଡ଼ ପାଶକୁ ଯିବି

ସକାଳ ଧୂପରେ ସାହାଣ ମେଲାରେ

ସିଂହାସନ ପାଶେ ଥିବି

ଢଳ ଢଳ ରୂପ ହରିନେବ ପାପ

ପାପହାରୀ ଚକ୍ରପାଣି ହେ..(୨)

 ହେ ପୁରୁଷତ୍ତମ ମୋର ମନସ୍କାମ

ପୂର୍ଣ୍ଣକର କୃପା ବହି

ଏ ଭୃତ୍ୟର ଭାବ ଗ୍ରହଣ କରିବ

ତୁମ୍ଭେ ଯେଣୁ ଭାବଗ୍ରାହୀ

ଦୀପକ ପତିତ ଟେକିଅଛି ହାତ

ଦ୍ରୌପଦୀ ପରାୟେ ପୁଣି ହେ..(୩)

*ଦୀପକ ପାଣିଗ୍ରାହୀ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍