STORYMIRROR

Deepak Panigrahi

Others

3  

Deepak Panigrahi

Others

ମାଆ

ମାଆ

1 min
27.3K



ସଂସାର ମଧ୍ୟରେ ନିହାତି ନିଜର

ମମତା ମୟୀର ଛାଇ,

ଉଦାର ହୃଦୟ ମହତ ବିଚାର

ମାଆ ନାମ ଏକା ସେହି।।


ହାତରେ ଯାହାର ଅମୃତ ପରଶ

ଗୁଣର ଗଣିତ ନାହିଁ,

ଅତୁଳ ତାହାର ମହିମା ମହତ

ମାଆ ନାମ ଏକା ସେହି ।।


ସରାଗେ ସରଗ ଚାନ୍ଦ ଆଣିଦିଏ

ଝରାଇ ପ୍ରେମ ର ନଈ,

ଭଲ ରେ ଭଲରେ ଭୁଳେଇ ପାରଇ

ମାଆ ନାମ ଏକା ସେହି ।।


ଅମାପ କଷଣ ନିଜେ ସହି ପଛେ

ଜାଳୁଥାଏ ନିଜ ଜୁଇ,

ହସ ଲୁହ ସାଥେ ବାଟ ଚାଲୁଥାଇ

ମାଆ ନାମ ଏକା ସେହି।।


ଇତିହାସ ବୁକେ ରଚିତ ଯା' ନାଆଁ

ମହତ ମହିଳା ପାଇଁ,

ପ୍ରଶାନ୍ତିର ସୁଧା ଝରୁଥାଇ ସଦା

ମାଆ ନାମ ଏକା ସେହି ।।


ଦୀପକ୍ ପାଣିଗ୍ରାହୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍