STORYMIRROR

Deepak Panigrahi

Others

3  

Deepak Panigrahi

Others

ଶ୍ରୀକ୍ଷେତ୍ରମଣି

ଶ୍ରୀକ୍ଷେତ୍ରମଣି

1 min
14.3K


ନୀଳାଦ୍ରି କନ୍ଦର ନୀଳମଣି ହେ....

ଏ ଆଖି ତୁମକୁ ଖୋଜେ ପୁଣି ହେ..

ଚତୁର୍ଦ୍ଧା ମୂରତି ଦେଖିବାକୁ ନିତି

ନେତ୍ର ଚକୋର ଆତୁର ଜାଣି ହେ ..(ଘୋଷା)

ଇଚ୍ଛା ହୁଏ ଖାଲି ସେ ଶରଧା ବାଲି

ଚାଲି ଚାଲି ବୁଲିବାକୁ

ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇ ବୋଳି

ନୀଳଚକ୍ରେ ଚାହିଁବାକୁ

ପତିତପାବନ ଉଡ଼ଇ ଗଗନ

ତୁମ୍ଭେ ଏକା କ୍ଷେତ୍ରମଣି ହେ ..(୧)

ବାଇଶି ପାହାଚେ ଗଡି ଗଡି ମୁଁ ଯେ

ଗରୁଡ଼ ପାଶକୁ ଯିବି

ସକାଳ ଧୂପରେ ସାହାଣ ମେଲାରେ

ସିଂହାସନ ପାଶେ ଥିବି

ଢଳ ଢଳ ରୂପ ହରିନେବ ପାପ

ପାପ ହାରୀ ଚକ୍ର ପାଣି ହେ..(୨)

ହେ ପୁରୁଷୋତ୍ତମ ମୋର ମନସ୍କାମ

ପୂର୍ଣ୍ଣ କର କୃପା ବହି

ଏ ଭୃତ୍ୟର ଭାବ ଗ୍ରହଣ କରିବ

ତୁମ୍ଭେ ଯେଣୁ ଭାବଗ୍ରାହୀ

ଦୀପକ ପତିତ ଟେକିଅଛି ହାତ

ଦ୍ରୌପଦୀର ପରାୟେ ପୁଣି ହେ..(୩)

ଦୀପକ ପାଣିଗ୍ରାହୀ


Rate this content
Log in