STORYMIRROR

Dipti lekha Mishra

Romance

3  

Dipti lekha Mishra

Romance

ପ୍ରେମ ଇଶାରା

ପ୍ରେମ ଇଶାରା

1 min
207

ଆଜି ବି ମନେ ପଡେ ସେଦିନ

ତୁମେ ଗାଧୋଉଥିଲ କୁଅ ମୂଳେ

ମୁଁ ଧୋଉଥିଲି କିଛି ବାସନକୁସନ

ଅପେରା କର କହିଥିଲ ବୋଲି ମୁଁ

ତୁମ ହିରୋଇନ କିଏ ପଚାରିଥିଲି

ଆଉ ତୁମେ ଇଶାରା ଦେଇ କହିଲ

ଆଇ ଲଭ ୟୁ ଆଇ ଲଭ ୟୁ

ତୁମେ ମୋ ହିରୋଇନ ହେବ କି

ମୋ ଆଡେ ଚାହିଁ ପଚାରିଥିଲ ବାରମ୍ବାର ।


ସତ କହୁଛି ମୁଁ ରାଣ ଖାଉଛି

ତୁମ ସହ ହୋଇଗଲା ପ୍ରେମ

ଆପେ ଆପେ ଭାରୀ ମଜାରେ

ପଡିଗଲି ତୁମ ଆଖି ଇଶାରାରେ

କରିଲି ମୁଁ ପ୍ରେମ ଭରପୁର

ଆଉ ତୁମ ପ୍ରେମ ଥିଲା ସୀମାହୀନ ।


ତୁମେ ମନେପକାଅ କି ନାହିଁ ମୁଁ ଜାଣିନି

ହେଲେ ମୁଁ ସେ ପୁରୁଣା କଥା ଆଉ ଅଶାନ୍ତି

ତୁମ ପ୍ରେମ ଅନୁରୋଧ ଆଉ ମୋ ଭିତର

ସବୁ ଲୋମ ଶିହରଣ ଖେଳିବା କଥା

ମୁଁ ଏଯାଏଁ ମନେ ରଖିଛି ଯତନରେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance