STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରେମ ହିଁ ଜୀବନେ ଅମୂଲ୍ୟ ନିଧୀ

ପ୍ରେମ ହିଁ ଜୀବନେ ଅମୂଲ୍ୟ ନିଧୀ

1 min
394

ରାଷ୍ଟ୍ର ପ୍ରେମ ହେଉ ଜୀବନେ ଆଧର

   ଭକ୍ତିପ୍ରେମ ନିରନ୍ତର,

ପୂର୍ଣ୍ଣ ବଳେ ପ୍ରାପ୍ତି ମନୁଷ୍ୟ ଜୀବନ

   ଜନପ୍ରେମ କର୍ତ୍ତବ୍ୟର।


ପ୍ରେମ ଶ୍ରଦ୍ଧା ରହୁ ସମାଜ କଲ୍ୟାଣେ

   ଜନଜନ ଉନ୍ନତିର,

ପ୍ରେମ ଭକ୍ତି ରହୁ କାଳିଆ ଚରଣେ

   କର୍ତ୍ତବ୍ୟ ହେଉ ତହର।


ଗୃହ ପ୍ରତି ରହୁ ପ୍ରେମ ଶ୍ରଦ୍ଧାଭାବ

  ବୃଦ୍ଧଙ୍କ ହେଉ ଆଦର,

ପତ୍ନୀ ଓ ସନ୍ତାନେ ରହୁ ପ୍ରେମଭାବ

  କର୍ତ୍ତବ୍ୟ ଅଟେ ତହର। 


ସେବା ପ୍ରେମ ରହୁ ପିତୃମାତୃଙ୍କର

  ଆଦର ହେଉ ତାଙ୍କର,

ପ୍ରେମ ପଥ ତୋର ସେବାରେ ଭୂଷିତ

  ନିସ୍ବାର୍ଥେ କାର୍ଯ୍ୟକୁ କର।


ସ୍ବାର୍ଥ ନ ରଖିବୁ କର୍ତ୍ତବ୍ୟ ପଥରେ

  କାର୍ଯ୍ୟକୁ ପ୍ରେମରେ କର,

ପ୍ରେମ ଶ୍ରଦ୍ଧା ଭକ୍ତି ହୃଦୟରେ ରହୁ

  କରଟି ପ୍ରେମ ଆଧାର।


ପ୍ରେମର ମହତ୍ତ୍ଵ ସର୍ବୋପରି ଭବେ

  ପ୍ରେମ ହିଁ ଜ୍ଞାନ ଭଣ୍ଡାର,

ପ୍ରେମ ବଳୁ ଦେଖ ସବରୀ ପାଇଲା

  ବୈକୁଣ୍ଠ ପୁର ସୁନ୍ଦର।


ଗୁଣ୍ଡିଚା ମୂଷିକ ଅତି ଛୋଟ ଜୀବ

  ପ୍ରଭୁଙ୍କ କାର୍ଯ୍ୟେ ତତ୍ପର,

ସେତୁବନ୍ଧ କାଳେ ପ୍ରେମରେ ଭୂଷିତ

   କାର୍ଯ୍ୟକୁ କରେ ଅପର।


ଦେଖି ରାମଚନ୍ଦ୍ର ପ୍ରେମରେ ମୂଷିକେ

   ଖିଞ୍ଚି ଦେଲେ ତିନି ଗାର,

ଧନ୍ୟରେ ମୂଷିକ ତୋର ପ୍ରେମ ଭକ୍ତି

   ମନମହି ଦେଲୁ ମୋର।


ତବ ପ୍ରେମ କାର୍ଯ୍ୟ ଯୁଗେ ଯୁଗେ ଥିବ

   ପରମ ଭକ୍ତଟି ମୋର,

ବୈକୁଣ୍ଠରେ ସ୍ଥାନ ଦେଲେ ଟି ମୂଷିକେ

   କଥା ରହି ଥିବ ତାର।

   

ପ୍ରେମ ଭକ୍ତି ଶ୍ରଦ୍ଧା ଜୀବନେ ଭୂଷଣ

  ଭୂଷଣ କର ତାହାର,

ସତ୍ୟ ତ୍ୟାଗ ଧର୍ମ ଜ୍ଞାନ ପଥ ତୋର

  ହେଉ ଅଳଙ୍କାର ତୋର।


ଏହୁତ ଜୀବନ ଦୁର୍ଲ୍ଲଭ ଜୀବନେ

  କର୍ତ୍ତବ୍ୟେ ଭୂଷଣ ତୋର

ପ୍ରେମ ଭାବ ରହୁ ଜୀବ ଜୀବ ପ୍ରତି

  ମନୁଷ୍ୟେ ଜୀବନେ ତୋର।


ପ୍ରେମ ହିଁ ତପ୍ୟାସା ପ୍ରେମ ସର୍ବୋତ୍ତମ

  ଜୀବନେ କର୍ତ୍ତବ୍ୟ ତୋର,

ଜାବୁଡି ରଖିବୁ ପ୍ରେମ ଭକ୍ତି ଶ୍ରଦ୍ଧା

  ବୈକୁଣ୍ଠର ଏହୁ ଦ୍ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract