STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମ ଗୋଲାପ

ପ୍ରେମ ଗୋଲାପ

1 min
203


ମୁଁ ଭଲ ପାଏ ଗୋଲାପ ଫୁଲକୁ,

କଣ୍ଟା ଭିତରେ ରହିବି ଦେଖାଏ ତା ସୁନ୍ଦର ରୂପକୁ।

ଗୋଲାପ ଫୁଲ ଅଭିମାନ କରି ନାହିଁ,

ଦୁଃଖର କଣ୍ଟାରେ ଜିଇଁବାକୁ ହେବ କହେ ସେ ବୁଝାଇ।

ପ୍ରେମର ଭାବ ନେଇ ଗୋଲାପ ନୀତି ଫୁଟିଥାଏ,

ଗୋଲାପର ପ୍ରତି ପାଖୁଡାରେ ପ୍ରେମର ବାସ୍ନା ମହକି ଯାଏ।

ଗୋଲାପକୁ କିଏ ତୋଳି ନିଏ ଉପହାର ଦେବା ପାଇଁ,

ପ୍ରେମିକଟେ ପ୍ରେମ ନିବେଦନ କରେ ଗୋଲାପଟେ ଦେଇ।

ଗୋଲାପକୁ ସାଇ ବାବା ଭଲ ଲୋପାଉ ଥିଲେ,

ଗୋଲାପର ମହତ୍ଵକୁ ସାଇ ବାବା ବୁଝି ଥିଲେ।

ଚାଚା ନେହେରୁ ଗୋଲାପକୁ ନୀତି ପାଖେ ରଖୁଥିଲେ,

ଗୋଲାପ ପ୍ରତି ନେହେରୁ ବି ଆକର୍ସିତ

ହୋଇ ଥିଲେ।

ଗୋଲାପ ପାଖୁଡାକୁ କିଏ ବିଛାଇ ଦିଏ ପ୍ରେମ ଭାବ ନେଇ,

ଝିଅଟିଏ ସୁନ୍ଦର ଲାଗେ ଗୋଲାପ ଗଭାରେ ଦେଲେ ଲଗାଇ।

ଗୋଲାପ ତାର ସୁନ୍ଦରତାରେ ଜଗତକୁ ଟାଣି ନିଏ,

ଗୋଲାପ ଫୁଲଟେ ପ୍ରେମର ପ୍ରତୀକ

ଜାଣିଥାଏ ପ୍ରେମିକଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance