STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପ୍ରେମ ଏମିତି

ପ୍ରେମ ଏମିତି

1 min
142

ପ୍ରେମ କାହା ପାଇଁ ପବିତ୍ର ଶବ୍ଦ ଟିଏ

ପୁଣି ସେଇ ପ୍ରେମ କାହା ପାଇଁ ସ୍ୱପ୍ନ ଟିଏ ।

ପ୍ରେମ କାହା ପାଇଁ ଅଭୁଲା ମୁହୂର୍ତ୍ତ

ପ୍ରେମ କାହା ପାଇଁ ମିଠା ଅତୀତ

ପ୍ରେମ କାହାକୁ ହସାଇଛି ବେଶୀ

ପ୍ରେମ କାହାର ସବୁ ଛଡାଇ ନେଇଛି

ପ୍ରେମ କାହା ମଥାର ପବିତ୍ର ସିନ୍ଦୁର

ପ୍ରେମ କାହା କପାଳ ର କଳଙ୍କିତ ଗାର

ପ୍ରେମ କାହା ପାଇଁ ପ୍ରୀତି ର ଫଗୁଣ

ପ୍ରେମ କାହା ଜୀବନେ ହୁଏ ଲୁହର ଶ୍ରାବଣ

ପ୍ରେମ କେବେ କାହା ଭାଗ୍ୟ ରେ ଖୁସି ଭରି ଦିଏ

ପ୍ରେମ ପାଇଁ କିଏ ବୁଲି ବୁଲି ଭିକ୍ଷା କରୁଥାଏ

ପ୍ରେମ କାହା ପାଇଁ ପୁନେଇଁ ରାତିର ଚାନ୍ଦ

ପ୍ରେମ କାହା ପାଇଁ ହୁଏ ନିନ୍ଦା ଆଉ ଅପବାଦ

ପ୍ରେମକୁ କିଏ ବୁଝି ପ୍ରେମିକା କୁ ନିଜର କରେ

ପ୍ରେମ ପାଇଁ କିଏ ଝୁରି ଝୁରି ପ୍ରତି ମୂହୁତ୍ତ ମରେ

ପ୍ରେମ କାହା ପାଇଁ ଖୁସିର ସାଗର ଟିଏ

ପ୍ରେମ କେବେ କାହା ପାଇଁ ଶୁଷ୍କ ମରିଭୁମି ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics