STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ପ୍ରେମ ଚିରନ୍ତନ

ପ୍ରେମ ଚିରନ୍ତନ

1 min
353


ଉଙ୍କିମାରେ ମନେ ସ୍ବପ୍ନ ଅସୁମାରୀ

ଦେଖି ନୀଳ କଇଁ ଆଖି

ମେଣ୍ଟେନି ପିପାସା ବହୁ କିଛି ପରେ

ରହିଯାଏ ପ୍ରେମ ବାକି ।


ଆସଇ ଜୀବନେ କେତେ ଝଡ଼ଝଞ୍ଜା

ଅନୁଭୂତି କଟୁତିକ୍ତ 

ଅତୁଟ ବନ୍ଧନ ରଖିପାରେ ଭାବ

ପ୍ରେମପୂର୍ଣ୍ଣ ସୁସମ୍ପର୍କ ।


ପଥ କଣ୍ଟକିତ କରଇ ପୁଷ୍ପିତ

ପ୍ରେମ ସ୍ବର୍ଗୀୟ ସୁନ୍ଦର 

କରିଥାଏ ଦୂର ଦୁଃଖ ନିଃସଙ୍ଗତା

ମିଳନ ବେଳା ମଧୁର ।


ମରୁଦ୍ୟାନ ପ୍ରେମ ଛାୟା ସୁଶୀତଳ 

କୋମଳ ତାର ପରଶ 

ଦୂର କରି ମନୁ ଶୁଷ୍କ ନିରସତା

ଭରେ ଆନନ୍ଦ ଉଲ୍ଲାସ ।


ଲାଗଇ ଜୀବନ ଅସାର ଅଲୋଡା

ଆଖି ହେଲେ ଛଳଛଳ

ମୂଲ୍ଯବାନ ପ୍ରେମ ପୋଛିଲେ ଲୋତକ

ସୁଖ ଗଡ ଜିଣିବାର ।


ମଥା ପିଟେ କୂଳେ ଅଶାନ୍ତ ଅଧୀର

ସୁଖଦୁଃଖ ଉର୍ମିମାଳା

ଭାଙ୍ଗିଗଲେ ପୁଣି ହୁଏ ପ୍ରେମ ସ୍ବପ୍ନେ

ନୂଆ ବାଲିଘର ଗଢା ।


ପ୍ରେମ ଚିରନ୍ତନ ସୁଖଦ ସୁନ୍ଦର 

ପ୍ରେମାଳାପ ମନଛୁଆଁ

ଭାଙ୍ଗି ନୀରବତା ତୋଳିଇ ମୂର୍ଚ୍ଛନା

ସଙ୍ଗୀତର ସୁର ନୂଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance