STORYMIRROR

Prasanna kumar sahu

Tragedy

4  

Prasanna kumar sahu

Tragedy

ପ୍ରେମ ବ୍ୟଥା

ପ୍ରେମ ବ୍ୟଥା

1 min
290


କବି ପାଲଟିଛି

ତୁମରି ପାଇଁ ହେ

ଲେଖୁଛି ଅନେକ କଥା,

ସବୁ କବିତାରେ

ବ୍ୟକ୍ତ କରୁଅଛି

ମୋ ମନର ସବୁ ବ୍ୟଥା।


ବୁଝୁ କି ନ ବୁଝୁ

ପାଠକ ସତରେ

ମୋ ହୃଦୟେ ଥିବା ବ୍ୟଥା,

କବିତା ଲେଖିଣ

ଭାବେ ତୁମ ସହ

ହେଉଅଛି ପଦେ କଥା।


ଶୁଣ କି ନଶୁଣ

ମୋ କଥାକୁ ପ୍ରିୟେ

କହି ତ ପାରିବି ନାହିଁ,

ଶୁଣୁ ଅଛ ବୋଲି

ଭାବୁ ଅଛି ମୁହିଁ

ଯାଏ ସବୁ ଲେଖି ଦେଇ।


ପାଠୋଇ ପ୍ରିୟା ମୋ

ସ୍ନାତ୍ତକ ଉପାଧି

ମାତୃ ଭାଷା ଓଡ଼ିଆରେ,

ଭାବୁଛି ତୁମେ ମୋ

ହୃଦୟ ବେଦନା

ପାଇଥିବ କବିତାରେ।


ବେଦନା ସତରେ

ବଢ଼ି ବଢ଼ି ଯାଏ

ଧରେନି ଥମିବା ନାମ,

କାହିଁ କଲ ପ୍ରିୟେ

ତୁମେ ମୋ ପାସରେ

ଏଡ଼େ ଅପରାଧ କାମ।


ତୁମ ଅପରାଧ

ଭାରି ପଡ଼ିଲାଣି

ଅସମ୍ଭାଳ ହେଉଅଛି,

କିପରି ମୁହିଁ ଯେ

ସମ୍ଭାଳିବି ତାକୁ

କିଛି ଭାବି ନପାରୁଛି।


ଉପଶମ ମୋର

ହୃଦୟ ବେଦନା

ପ୍ରିୟା ହେବ ସେତେବେଳେ,

ମୋ କବିତା ତୁମେ

ଥରେ ପଢ଼ି ଦେଇ 

ଶୁଣାଇବ ଯେତେବେଳେ।


ମୋ ସୃଷ୍ଟ କବିତା

ତୁମ ମୂଖୁ ଯେବେ

ମୋର କର୍ଣ୍ଣ ଶୁଣିଦେବ,

ମୋ ହୃଦ ବେଦନା

ସେତେ ବେଳେ ପ୍ରିୟା

ଭାବୁଛି ହେ କମି ଯିବ।


ସେହି ବେଦନା କୁ

କମେଇବା ପାଇଁ

ସତେ କି ପ୍ରଚେଷ୍ଟା ହେବ,

ମୋ କବିତା ତୁମେ ହେ

ତୁମ କଣ୍ଠେ ମୋତେ

ପଢ଼ି କରି ଶୁଣାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy