STORYMIRROR

Chittaranjan Nanda

Romance Fantasy Others

3  

Chittaranjan Nanda

Romance Fantasy Others

ପ୍ରେମ ବନାମ ମମତା ଓ ବିଶ୍ୱାସ

ପ୍ରେମ ବନାମ ମମତା ଓ ବିଶ୍ୱାସ

1 min
108

ଆତ୍ମୀୟତା ଥିଲେ, ଥାଉ ପାଖରେ 

ଅବା ଯେତେ ଦୂରେ

ତମେ ମୋର ଓ ମୁଁ ତମର, ଲେଖା 

ହୁଏ ଅନ୍ତରରେ ।


କିଏ କହେ ଅବା ଭାବେ ସମ୍ପର୍କ 

ପୁରୁଣା ହୋଇ ଗଲେ

ଏହି ଭାବନା ଆସେ, ସମ୍ପର୍କେ 

ଲୋକର ବିଶ୍ୱାସ ନଥିଲେ ।


ଆତ୍ମାର ଠିକଣା ଯିଏ ଜାଣିଛି 

ଓ ସ୍ପର୍ଶ ଲାଭ କରିଛି

ସମ୍ପର୍କ ନୂଆ ହେଉ ଅବା ପୁରୁଣା, 

ମହତ୍ତ୍ୱ ତ ରହିଛି  ।


ପ୍ରେମରେ ନଥାଏ ଯଦି ମମତା ଓ 

ବିଶ୍ୱାସର ଉଷ୍ଣ ଚାଦର

ଦୁଇ ଶରୀର ଏକତ୍ର ହେଲେ ବି 

କେବେ ନହୁଏ ଏକାକାର ।


ପ୍ରେମ କେବେ ନୁହେଁ ନିଃଶ୍ୱାସ ପ୍ରଶ୍ୱାସର 

କାମନାମୟ ପ୍ରହାର

କାରଣ ବିଶ୍ୱାସ ଓ ସତ୍ୟତା, ସାଇତି 

ପାରେ ପ୍ରୀତିର ସାଗର ।


Rate this content
Log in

Similar oriya poem from Romance