ପ୍ରେମ ଭକ୍ତି
ପ୍ରେମ ଭକ୍ତି
ପ୍ରେମ କରିବାରେ ପ୍ରଭୁ ଜଗନ୍ନାଥେ
କାମନା ନରଖି ମନେ,
ରଖିଣ ଚରଣେ ପ୍ରେମପ୍ରୀତି ଶ୍ରଦ୍ଧା
ଧ୍ୟାନ ରହୁ ଅନୁକ୍ଷଣେ।
କଟୁ ବଚନଟି ଏହୁ
କରୁଣ କରିବେ ଜଗତର ବନ୍ଧୁ
ସୃଷ୍ଟିକର୍ତ୍ତା ମହାବାହୁ।
ଭକ୍ତଙ୍କ ପ୍ରେମରେ ପଡି ଦାରୁବ୍ରହ୍ମ
ସ୍ଥାନ ଚରଣରେ ଦେବେ,
ବୈକୁଣ୍ଠର ସ୍ଥାନ ଭକ୍ତେ ପ୍ରଭୁ ଦେବେ
କାଳିଆ ଦୟା କରିବେ
ବ୍ରହ୍ମାଣ୍ଡ ଠାକୁର ହରି
ହରି ହରି ନାମ ଗୁଞ୍ଜୁ ଥାଉ ହୃଦେ
ହରି ନାମମନ୍ତ୍ର ଧରି।
ଜନଜନ ପ୍ରେମ ସେବା ନିରନ୍ତର
କର୍ତ୍ତବ୍ୟ ଟି ଜୀବନର,
ରାଷ୍ଟ୍ର ଭକ୍ତି ପ୍ରୀତି ରଖିବା ପଥରେ
କର୍ମପଥ ଟି ସେବାର।
ମନୁଷ୍ୟ ଜୀବନେ ପରା
ଜୀବ ସେବା ଯହିଁ ଜଗା ଭକ୍ତି ତହିଁ
ରାଷ୍ଟ୍ରର ନିର୍ମାଣେ ସାରା।
ସତ୍ୟ ତ୍ୟାଗ ଧର୍ମ ପ୍ରାଣେ ଦରକାର
ମନୁଷ୍ୟ ଜୀବନ ଏହୁ,
ତେବେ ହିଁ ସାର୍ଥକ ପୂଜାର୍ଚ୍ଚନା ଭାଇ
ମନ୍ତ୍ର ସମଭାବ ରହୁ।
ଜଗା ଆଶୀର୍ବାଦ ତହୁଁ
ଜୀବ ହିଂସା ନାହିଁ ଜୀବନେ ଯାହାର
ମିଥ୍ୟା ବଚନଟି ନହୁ।
ବସିଛନ୍ତି ଜଗା ନାହିଁ ହାତ ପାଦ
ଚକ୍ଷୁ ମେଲି ରହିଛନ୍ତି,
ଦେଖୁ ଛନ୍ତି ସବୁ ଜନ କର୍ମକାର୍ଯ୍ୟ
ମନୁଷ୍ୟକୁ ଦେଇଛନ୍ତି।
ଜୀବନ କର୍ମର ପାଇଁ
ପ୍ରଭୁ କାର୍ଯ୍ୟ ପାଇଁ ମନୁଷ୍ୟ ଜୀବନ
ସତ୍ୟତ୍ୟାଗ ଧର୍ମପାଇଁ।
ପ୍ରେମର ଭାବର ପ୍ରଭୁ ଜଗନ୍ନାଥ
ସେହୁ ଅନାଦି ଅନନ୍ତ,
ଶ୍ରଦ୍ଧା ପ୍ରୀତି ଭକ୍ତି ସମର୍ପଣ ଭାବ
କର୍ତ୍ତବ୍ୟେ ରହୁ ଏହୁତ।
ତହିଁରେ ପ୍ରଭୁ ସନ୍ତୁଷ୍ଟ
ଭକ୍ତ କରୁ ଥାଏ ନିତି ଏହୁ କାର୍ଯ୍ୟ
ନହୁଏ ତାର ଅନିଷ୍ଟ।
