Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ପ୍ରେମ ଭିକ୍ଷା

ପ୍ରେମ ଭିକ୍ଷା

1 min
228



ସ୍ୱପ୍ନିଳ ଆଖିରେ ଆଙ୍କେ

ତୁମ ପାଇଁ ହଜାରେ ସମ୍ଭାବନା,

ଶୂନ୍ୟ କାନଭସରେ ଆଙ୍କେ 

ଭବିଷ୍ୟତର ମୁହୂର୍ତ୍ତକୁ,

ପୂର୍ଣ୍ଣ ହେଉ ବା ନ ହେଉ

ଦେଖିବାକୁ ଭଲ ପାଏ ଏ ଖିଆଲି ମନ ।


ଆଞ୍ଜୁଳାଏ ପ୍ରେମର ପ୍ରତିଦାନେ

ଦେଇପାରେ ସବୁକିଛି,

ହରାଇପାରେ ଜୀବନର

ତମାମ ପ୍ରେମପୁଞ୍ଜି,

ଅସ୍ତିତ୍ୱକୁ ବି ହଜାଇପାରେ

ବିନାକିଛି ପ୍ରଶ୍ନବାଚୀରେ ।


ତୁମେ କି ବୁଝିନପାର 

ମୋ ଉଦାସ ଆଖିର ପରିଭାଷା,

ଆନ୍ଦୋଳିତ ହୃଦୟର କମ୍ପନ,

ତୁନି ଓଠ ବି କରିପାରେ

ପ୍ରେମ ଭିକ୍ଷା ।


ଅହରହ ଜଳେ ମୁଁ

ତୁମ ପ୍ରେମର ସାନିଧ୍ୟ ପାଇଁ,

ପ୍ରେମର ଶିଉଳି ଲତାରେ 

ଇଚ୍ଛା ପାଦ ଖସାଇବା ପାଇଁ,

ସାଜି ତୁମ ପ୍ରେମ ପୂଜାରିଣୀ

କରେ ଆଜି ପ୍ରେମ ଭିକ୍ଷା ।


ଘାସ ଗାଲିଚା ଉପରେ 

ଶୀତୁଆ ସକାଳର କାକର ଟୋପା ପରି,

ବିନ୍ଦୁଏ ପ୍ରେମ ସମର୍ପି 

ସମ୍ପୂର୍ଣ୍ଣ କରିଦିଅ ମତେ ।


ନା ଆକାଶର ବାଦଲ ପରି

ଚିତ୍କାର କରିପାରିବି,

ନା ବସୁଧା ପରି ଫାଟିଯାଇପାରିବି

ପାରିବ ତ ଚେଷ୍ଟା କର

ବୁଝିବାକୁ ମୋର ନୀରବତାର ସ୍ଵରକୁ ।


ଏ ଜୀବନର ଶେଷତ୍ତମ ପାହାଚରେ ମଧ୍ୟ

ଥିବି ତୁମ ପ୍ରେମର ଅପେକ୍ଷାରେ,

ମୁଁ ପାଷାଣି ଅହଲ୍ୟା

ଲଭିବି ନାରୀତ୍ବ ତୁମ ପ୍ରେମର ସ୍ପର୍ଶରେ ।



Rate this content
Log in

Similar oriya poem from Tragedy