Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance

4  

Bharatabandhu Biswal

Romance

ପ୍ରେମ ଅମୃତ ପସରା

ପ୍ରେମ ଅମୃତ ପସରା

1 min
175



ମୂରଲୀ ଉଚ୍ଚାଟେ ସୁରଲୀ ଡାକେରେ

ବଂଶୀ ସ୍ୱରେ ସମ୍ମୋହନ

ବସନ୍ତ ଉତ୍ସବ ଏବେ ସନ୍ନିକଟ

ସୁରଭିତ କୁଞ୍ଜ ବନ ।


ଉଦେ ହୋଇଥିବ ଯେବେ ପୂର୍ଣ୍ଣ ଚନ୍ଦ୍ର

ଷୋଳକଳା ପରିପୂର୍ଣ୍ଣ

ବରଷିବ ରଙ୍ଗ ଅନଙ୍ଗ ପଞ୍ଚମ

ମନସ୍କାମ ପୂର୍ଣ୍ଣ କାମ ।


ଆହ୍ଲାଦିନୀ ପ୍ରିୟା ରସପ୍ରେମ ସୁଧା

ପ୍ରଶାନ୍ତିର ଶତଦଳ

ଉଠିବ ପଲ୍ଲବୀ ପ୍ରବହିବ ଗଙ୍ଗା

କଳକଳ ଛଳଛଳ ।


ସମର୍ପିତ ନିତ୍ୟ ମିଳନ ସ୍ୱଚ୍ଛନ୍ଦ

ଅବାରିତ ସ୍ୱଚ୍ଛ ଧାରା

ପ୍ରିୟତମା ରାଧା ପରମ ଆରାଧ୍ୟା

ପ୍ରେମ ଅମୃତ ପସରା ।




Rate this content
Log in

Similar oriya poem from Romance