STORYMIRROR

Prafulla Chandra Mishra

Action

3  

Prafulla Chandra Mishra

Action

ପ୍ରଦୂଷଣ ଏମିତି

ପ୍ରଦୂଷଣ ଏମିତି

1 min
11.5K

ଶୁଣ ଶୁଣ ଶୁଣ ମିତଣୀ,  କହୁଛି ମୁଁ ଯାହା ଦୁଃଖ କାହାଣୀ

କଳ କାରଖାନା ଆମର ଯେ କେତେ

ଚାଷଜମି ଆଉ ଚାଷ ହେଉନି

ଶୁଣ ଶୁଣ ଶୁଣ ମିତଣୀ ।।


ଶବଦରେ ଫାଟଇ କାନ,  ନୀରବତା ହେଲା ଉଭାନ

ତା’ର ଗରଜନେ ଶବ୍ଦ ପ୍ରଦୂଷଣ

ଧୀରେ କଥାହେଲେ କଥା ଶୁଭେନି

ଶୁଣ ଶୁଣ ଶୁଣ ମିତଣୀ  ।।


ଧୂଳି, ଧୂଆଁ ପବନେ ମିଶି, ନିଶ୍ଵାସେ ପ୍ରଶ୍ଵାସେ ଯାଉଛି

ରୋଗ ବଇରାଗ ତାହାର ପ୍ରଭାବେ

ଅକାଳ ମରଣ ଘୋଟି ଗଲାଣି

ଶୁଣ ଶୁଣ ଶୁଣ ମିତଣୀ  ।।


ପାଉଁଶ ଅଙ୍ଗାରର ଗୁଣ୍ଡ, ଜମି ହେଲା ପଥର ଖଣ୍ଡ

ହଳ ଲଙ୍ଗଳ ତ ଭୁକେନି ଜମିରେ

ଜମି ଅନୁର୍ବର ହୋଇଗଲଣି  

ଶୁଣ ଶୁଣ ଶୁଣ ସଜନୀ  ।।


ନଦୀ ପାଣି ତେଲ ଭାସୁଛି,  ନୀଳ ପାଣି କଳା ଦିଶୁଛି

ଯେଉଁ ପାଣି ଦିନେ ଅମୃତ ଥିଲା

ଆଜି ସେଇ ପାଣି ବିଷ ହେଲାଣି

ଶୁଣ ଶୁଣ ଶୁଣ ସଜନୀ  ।।


ଗଛ ବୃକ୍ଷ କଟା ହୋଇଲା, ସେଠି କାରଖାନା ବସିଲା

ବନ୍ୟପ୍ରାଣୀ ଏବେ ଗାଁରେ ସହରେ

ବଂଚିବାତ ଦୁର୍ବିସହ ହେଲାଣି

ଶୁଣ ଶୁଣ ଶୁଣ ସଜନୀ  ।।


ପ୍ରକୃତିର ରୂପ ଵିରୁପ, ସବୁଜିମା ହୋଉଛି ଲୋପ

ଏବେଠାରୁ ସାବଧାନ ନହୋଇଲ

ନିଜ ଗୋଡ଼ ନିଜେ ଦେବାରେ ହାଣି  

ଶୁଣ ଶୁଣ ଶୁଣ ସଜନୀ ।।


କଳ କାରଖାନା ବି ହେଉ, ନିୟନ୍ତ୍ରଣ ମଧ୍ୟେ ସେ ରହୁ

ପ୍ରକୃତି ତା ସନ୍ତୁଳନ ନହରାଉ

ପ୍ରଦୂଷଣେ ପୃଥ୍ବୀ ଧ୍ଵଂସ କରନି

ଶୁଣ ଶୁଣ ଶୁଣ ମିତଣୀ ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action