STORYMIRROR

Bharatabandhu Biswal

Children

4  

Bharatabandhu Biswal

Children

ପ୍ରଦୀପ

ପ୍ରଦୀପ

1 min
331


ନଣ୍ଡା ମୁଣ୍ଡିଆ ସାଙ୍ଗ ପ୍ରଦୀପ

ଆଗେ ମାରୁଥିଲା ଭାରି ଢଅପ ।

ନଖଘସି ତାକୁ ଚିଡାଉଥିଲୁ

ହାୟରେ ନାଣ୍ଡୁ କଅଣ କଲୁ,

ଭଙ୍ଗା ଲାଇଟିରେ ପମ୍ପ ଦେଲୁ

ନାଁ ପରଦୀପ ଅନ୍ଧାର କଲୁ ।


ନଣ୍ଡା ମୁଣ୍ଡିଆ ଦୀପ ଗାରଡ

ଖାଇଗଲା ଆମ ଖେତ ହରଡ

ହରଡ କିଆରି ପାଚିଲା

ନଣ୍ଡା ଥେଇ ଥେଇ ନାଚିଲା ।


ଅକ୍ଷର ବନାନ ମିଶାଣ

ଫେଡାଣ ଗୁଣନ ହରଣ

ଲେଖି ହସ୍ତାକ୍ଷର ସୁନ୍ଦର

ଗାଇଲା ସୁରେ ବି ମଧୁର

ସୁନା ପିଲା ହେଲା ପ୍ରଦୀପ

ଆମେ ହୋଇଗଲୁ ଚୁଉପ ।


ବିଷୟ ଅନେକ ପ୍ରକାର

ଗଣିତ ବିଜ୍ଞାନ ଭୂଗୋଳ

ସରଳ ସଂସ୍କୃତ ସାହିତ୍ୟ

ଇତିହାସ ତାର ଅତୀତ

ପରୀକ୍ଷାରେ ହେଲା ପାଆସ୍

ପାଇଲା ବହୁତ ସାବାସ୍ ।


ନଣ୍ଡା ମୁଣ୍ଡିଆ ପ୍ରଦୀପ

 ଆଲୁଅ ଜାଳିଲା ଦପ ଦପ

ପଢିଗଲା ପାଠ ଫଟ ଫଟ

ହୋଇଗଲା ସିଏ ସବୁଠୁ ଫାଷ୍ଟ

ପରୀକ୍ଷା ରେ ଫଳ ବାହାରିଲା

ନଣ୍ଡା ଥେଇ ଥେଇ ନାଚିଲା ।



Rate this content
Log in

Similar oriya poem from Children