STORYMIRROR

Ashok Kumar Nayak

Inspirational

4  

Ashok Kumar Nayak

Inspirational

ପ୍ରଦୀପ ଶିଖା

ପ୍ରଦୀପ ଶିଖା

1 min
403

ଦୀପାଳି ମଧ୍ୟେ ଥାଏ ପ୍ରଦୀପ ଶିଖା

ଶୁଭ ସମୟର ପାଇଁ,

ମଙ୍ଗଳ କାମନା ନିମନ୍ତେ ମଣିଷ

ପୂର୍ଣ୍ଣକୁମ୍ଭ ପାଶେ ଥୋଇ l

ଜଳିଥାଏ ସେହି ପ୍ରଦୀପର ଶିଖା

ଛାଡ଼ି ତା'ର କୋମଳତା,

ଜଳିବା ପାଇଁ କି ତେଲ ଅବା ଘିଅ

କରିଥାଏ ସହାୟତା l

ଶିଖା ପ୍ରକୃତରେ ଜଳିଥାଏ ସତ

ପ୍ରଦୀପ ପ୍ରଶଂସା ପାଏ,

ଅଗ୍ନି ସଂଯୋଗରେ ପୂର୍ଣ୍ଣ ସମର୍ପିତ

ନିଜ ସ୍ୱରୂପ ହଜାଏ l

ଜ୍ୱଳନ୍ତର ଏଇ ପ୍ରଦୀପର ଶିଖା

ଆଲୋକ ତ ଦେବା ପାଇଁ,

ନିଜେ ଜଳୁ ଥାଇ ସଂସାର ମାୟାରେ

ପାର ନାହିଁ ଯେ ଦେଖେଇ l

ପ୍ରଭୁଙ୍କୁ ସ୍ମରଣେ ପ୍ରଦୀପର ଶିଖା

ହେ ଜୀବନ ଜ୍ଞାନଦାତା,

ଜ୍ଞାନର ଆଲୋକେ ମଣିଷର ସୃଷ୍ଟି

ଗଢ଼େ ଜୀବନର ରେଖା l

ପ୍ରଦୀପର ଶିଖା ହିଁ ପୁଲକିତ କରେ

ଅନ୍ଧକାରକୁ ଦୂରେଇ,

ପ୍ରସ୍ଫୁଟିତ ହୁଏ ଚକ୍ଷୁର ମଣ୍ଡଳ

ଦିବ୍ୟଦର୍ଶନକୁ ପାଇ l

ଭୁବନ ପାଳକ ହେ ବିଶ୍ୱ ଦେବତା

ସଂସାରେ ପାପକୁ ଦୂର,

ତୁମେ ପ୍ରଭୁ ଆଶାର ପ୍ରଦୀପ ଶିଖା

ଜାଳ ହେ ପାପ ଅନ୍ତର l



Rate this content
Log in

Similar oriya poem from Inspirational