STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପରଦେଶୀ

ପରଦେଶୀ

1 min
290

କିଏ ଦେଶୀ ଆଉ ଅବା ପରଦେଶୀ

ସଭିଏଁ ଜଗତ ବାସୀ

ଆମେ ପରା ସର୍ବେ ଭଉଣୀ ଭାଇ ଯେ

ସୁଖରେ ବଂଚିବା ଦୁଃଖରେ ହସି


ନିଜ ପର ଦେଶ କାହିଁକି କହିବା

ଈଶ୍ୱର ଅଟନ୍ତି ସଭିଙ୍କ ପିତା

ପର ଦୁଃଖେ କାନ୍ଦି ସହାୟକ ହେବା

ମିଳାଇ ଆମର ହାତକୁ ହାତ


ନିଜ ଜୀବନଟା ସିନା ସାର୍ଥକ ହୋଇବ

ପର ପାଇଁ ଯଦି କାମରେ ଆସେ

ବିଶ୍ୱ ବାସୀ ସର୍ବେ ଶାନ୍ତିରେ ରହିଲେ

ଧରତୀ ମାଆ ତ ଖୁସିରେ ହସେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract