ପର୍ଦ୍ଦା ପଛରେ କାହାଣୀ
ପର୍ଦ୍ଦା ପଛରେ କାହାଣୀ
ଲକ୍ ଡାଉନ ରେ ଦେଶ ପଡିଛି
ସାରା ବିଶ୍ବ ହୁଲସ୍ଥୁଲ ହେଉଛି।
ମହାଭାରତର ଅଠର ଦିନ
ଏକୋଇଶ ଦିନ ଲକଡାଉନ ।
ପୋଲିସ୍ ସହିତ ମୁନ୍ସିପାଲଟି
ଘରେ ପହଞ୍ଚାନ୍ତି ପରିବା ପାତି।
ଅତ୍ୟାବଶ୍ୟକିୟ ସେବା ସୁଲଭ
ସାମାଜିକ ଦୂରତା ହେଲା ଶୁଭ।
ଖଟିଖିଆ ଯେତେ ଦିନ ମଜୁରି
ବୁଲା ବିକାଳି ଠୁ ଛୋଟ ବେପାରୀ ।
ଷ୍ରିଟ୍ ଫୁଡ୍ ବାଲା ମିସ୍ତ୍ରୀ ଯେତେକ
ନିୟମ ମାନନ୍ତି ପେଟରେ ଭୋକ ।
କେତେ ଭୋଗୁଛନ୍ତି ଦାଉ ତାହାର
ସରକାର ପାଖେ ନାହିଁ ଖବର ।
ସାମ୍ବାଦିକ ଖାଲି ରାସ୍ତାରେ ବୁଲେ
ସେନସନି ଖବର ଯେଉଁଠି ମିଳେ ।
କିଏ ସେ ଛକରେ ଖାଇଲା ଲାଠି
କ୍ୟାମେରା ପକାଏ ଫାଟିଛି ପିଠି ।
ଥିଲା ବାଲା ସିନା ବସି ଖାଇବେ
ଅଣସର ଦୁଃଖ ଆଦରି ନେବେ ।
ଦିନ ସରି ଯିବ ଚିହ୍ନ ରହିବ
ଦୁଃଖୀ ରଂକିଙ୍କର ମନେ ପଡିବ ।
ଅପ୍ରେଲ ଚଉଦ କେବେ ଆସିବ
ଏ କଳା ବାଦଲ କେବେ ହଟିବ !
ବନ୍ଦ ଘରେ ଗଢା ଜଗତ ନାଥ
ଦ୍ୱାର ଖୋଲିବାରୁ ଅପାଦହାତ ।
ବନ୍ଦୀ ଶାଳେ କୃଷ୍ଣ ହେଲେ ଜନମ
ବନ୍ଦ ଘର ମଣ ବୈକୁଣ୍ଠ ଧାମ ।
ଖୋଲିଲେ ଦୁଆର ସରବ ନାଶ
ନଭୁଲିବ ମନୁ ଦନେଇ ଦାସ ।
