Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ପ୍ରଚାର ପ୍ରସାର

ପ୍ରଚାର ପ୍ରସାର

1 min
187



ଆଜିକାଲି ଭାଇ ଯୁଆଡେ ବି ଦେଖ

    ସିଆଡେ ଚାଲେ ପ୍ରଚାର 

ଗଳିକନ୍ଦି ହାଟ ବଜାର ନଗର

   ସହରେ ତାର ପ୍ରସାର ।

ଡାକ ବାଜି ଯନ୍ତ୍ର ସାହାଯ୍ୟରେ ନେତା

   ପ୍ରଚାର କରଇ ତାର 

ସାଥେ କେତେ ଲୋକ ଧରି ବୁଲି ତାକୁ

  କରଇ ସିଏ ପ୍ରସାର ।

ପ୍ରଚାର ପ୍ରସାର ଏକ ସାଥେ ହେଲେ

    ମନକା ହାଲକା ଲାଗେ 

ହୃଦୟ ଭିତରେ ଜିତିବାର ନିଶା

    ଆଶାଟି ତାହାର ଜାଗେ ।

ପ୍ରଚାର ପ୍ରସାର ବେତାର କେନ୍ଦ୍ରର

   ଦେଶ ବିଦେଶର କୀର୍ତ୍ତି 

କେତେ ସେ ଖବର ଜଣେଇ ଥାଏ ଯେ  

   କେତେ ବି ଅଭୁଲା ଖ୍ୟାତି ।

ଦୂର ଦର୍ଶନ ଓ ସମ୍ବଦ ପତ୍ର ବି

    ପ୍ରଚାର ପ୍ରସାର କରେ 

ବିନା ପ୍ରଚାରରେ ନିଜ ଅହଂମିକା 

   ନା କିଐ ବଢାଇ ପାରେ ।

ପ୍ରଚାର ପ୍ରସାର ଭଲ ଥାଏ ପୁଣି 

    ମନ୍ଦ ବି ତ ହେଇଥାଏ 

ରାଗ, ଈର୍ଷା, ଗର୍ବୀ, ଖଳ ,କୂଟ ନୀତି 

   ନେତା ରାଜନେତା ଥାଏ ।

କାହାର ସୁନାମ କାହାର ଦୁର୍ନାମ

    ଦେଶରେ ପ୍ରଚାର ହୁଏ 

ଧୀରେ ଧୀରେ ସିଏ କାୟା ତା ବିସ୍ତାରି

     ସାରା ବିଶ୍ବ ବ୍ୟାପି ଯାଏ ।

ପୁରାଣ, ଭୂଗୋଳ ,ପୋଥି ଇତିହାସ 

    ଯାହାକୁ ବା ଲକ୍ଷ୍ୟ 

ସବୁଠି ଦେଖିବ ସବୁଠି ପାଇବ 

   ପ୍ରଚାର ପ୍ରସାର କକ୍ଷ ।

ଆଜିକାଲି ପରା ଚାରିଆଡେ ବ୍ୟାପି 

    ଯାଇଛି ଏହାର ନାଆଁ 

ପ୍ରଚାର ପ୍ରସାର ବିନା କିଏ କେବେ

    ନା ବଢାଇଛି ଦୁନିଆ ।



Rate this content
Log in

Similar oriya poem from Abstract