STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ପରବଟି ମନଲାଖି

ପରବଟି ମନଲାଖି

1 min
404

ଆସିଯାଏ ଯେବେ ରଜ ,

ତୋଟାମାଳେ ଦୋଳି ହୁଏଟି ସଜ ଲୋ

କରୁ ଯେ ଭାରି ମଉଜ


ରଜ ସଜବାଜ ହୋଇ ,

ବୁଲୁଥାଉ ପାଦେ ଅଳତା ନାଇ ଲୋ

କଦଳୀ ପାଟୁକା ଦେଇ


ଖାଇ ଆମେ ପୋଡ଼ପିଠା ,

ଦୋଳି ଝୁଲିବାକୁ ଯାଉଟି ତୋଟା ଲୋ

ରଜ ପାନ ଭାରି ମିଠା


ଗାଇ ରଜ ଦୋଳି ଗୀତ ,

ଝୁଲୁ ଯେ ବଉଳ ,ସଙ୍ଗାତ ,ମିତ ଲୋ

ହରଷ କରିଣ ଚିତ୍ତ


ଗାଆଁର ଯୁବକ ଦଳ ,

ଖେଳନ୍ତି କବାଡ଼ି ,ତାଆସ ଖେଳ ଲୋ

ହସି କଟିଯାଏ ବେଳ


ବରଷକେ ଆସେ ପର୍ବ ,

ଆମ ରାଇଜର ଅଟେ ଏ ଗର୍ବ ଲୋ

ନାଶେ ଭେଦା ଭେଦ ସର୍ବ


ଗ୍ରାମବାସୀଙ୍କ ଠୁଁ ଦେଖି ,

ସହରର ଲୋକ ଗଲେଣି ଶିଖି ଲୋ

ପରବଟି ମନଲାଖି


Rate this content
Log in

Similar oriya poem from Abstract